fbpx

ୟୁପିରେ ୬-୮ ପର୍ଯ୍ୟାୟରେ ହୋଇପାରେ ମତାଦାନ, ଜାଣନ୍ତୁ ପଞ୍ଜାବ ଓ ବାକି ରାଜ୍ୟରେ କଣ ରହିଛି ସମ୍ଭାବନା

ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ନିର୍ବାଚନ କମିସନ ଶନିବାର ଦିନ ସାଢ଼େ ୩ଟାରେ ତାରିଖ ଘୋଷଣା କରିବାକୁ ଯାଉଛନ୍ତି । ତେବେ ନିର୍ବାଚନ କମିସନଙ୍କ ସୁତ୍ର ମୁତାବକ, ୟୁପିରେ ୬ରୁ ୮ ପର୍ଯ୍ୟାୟରେ ନିର୍ବାଚନ ହେବ । ପଞ୍ଜାବରେ ୨ରୁ ୩ଟି ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ । ସେହିପରି ମଣିପୁରରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇପାରେ । ଏତଦବ୍ୟତୀତ ଗୋଆ ଓ ଉତ୍ତରାଖଣ୍ଡରେ ଗୋଟିଏ ଲେଖାଏଁ ପର୍ଯ୍ୟାୟରେ ମତଦାନ ହୋଇପାରେ ବୋଲି ସୂଚନା ମିଳିଛି ।

ସୂଚନାନୁସାରେ, ଏହି ନିର୍ବାଚନରେ ଆୟୋଗ ପକ୍ଷରୁ ବୁଥ ସଂଖ୍ୟା ବୃଦ୍ଧି ବଢ଼ାଯାଇପାରେ । ପ୍ରତ୍ୟେକ ବୁଥରେ ସର୍ବାଧିକ ଭୋଟରଙ୍କ ସଂଖ୍ୟାରେ ଏକ ଚତୁର୍ଥାଂଶ ପର୍ୟ୍ୟନ୍ତ ହ୍ରାସ ହେବାର ସମ୍ଭାବନା ରହିଛି । ଆହୁରି ମଧ୍ୟ, କରୋନା ବୃଦ୍ଧି ପାଉଥିବା ଗତିକୁ ଦୃଷ୍ଟିରେ ରଖି କମିଶନ ରୋଡ୍ ସୋ, ଶୋଭାଯାତ୍ରା ଏବଂ ବଡ଼ ରାଲି ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି । ଏହା ବ୍ୟତୀତ ମତଦାନ କାର୍ୟ୍ୟ ଠାରୁ ଆରମ୍ଭ କରି ଭୋଟ୍ ପର୍ୟ୍ୟନ୍ତ କରୋନାର ସମସ୍ତ ନିୟମକୁ କଡାକଡି ଭାବରେ ପାଳନ କରାଯିବ ।

୫ଟି ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ପଞ୍ଜାବ ଓ ଗୋଆରେ ବିଧାନସଭା ନିର୍ବାଚନ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଯାଉଛି । ଉତ୍ତର ପ୍ରଦେଶରେ ୪୦୩ ଟି ବିଧାନସଭା ସିଟ୍ ରହିଥିବା ବେଳେ ଉତ୍ତରାଖଣ୍ଡରେ ୭୦ଟି ସିଟ୍ ପାଇଁ ମତଦାନ ହେବ । ଏହା ବ୍ୟତୀତ ପଞ୍ଜାବରେ ୧୧୭, ମଣିପୁରରେ ୬୦, ଗୋଆରେ ୪୦ଟି ବିଧାନସଭା ସିଟ୍ ରେ ନିର୍ବାଚନ ହେବ ।

Get real time updates directly on you device, subscribe now.