fbpx

ଫିକା ପଡ଼ିପାରେ ହୋଲି, ରାଜ୍ୟରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୯ା୩(ଓଡ଼ିଶା ଭାସ୍କର): ପ୍ରତିବର୍ଷ ହୋଲି ପାଳନ କରାଯାଏ । ଚଳିତବର୍ଷ ମଧ୍ୟ ଆସନ୍ତାକାଲି ପବିତ୍ର ହୋଲି ପାଳନ ହେବ । ହୋଲି ଦିନ ବର୍ଷା ହେବାର ସମ୍ଭାବନା ରହିଛି । ୧୫ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ହେବାର ଆଶଙ୍କା ରହିଛି । ଏହାସହ କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ୧୫ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ । ଏହି ସବୁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.