fbpx

ବଧୂହତ୍ୟା ଅଭିଯୋଗ ନେଇ ଥାନା ଘେରିଲେ ବାପ ଘର ଲୋକ: ଦେଖନ୍ତୁ ଭିଡିଓ…

 

ଯାଜପୁର ଜିଲା ବିଂଝାରପୁର ଥାନା ଉତ୍ତରକୁଳ ଗାଁ ରେ ବଧୁ ହତ୍ୟା ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରାଉ। ସୂଚନା ମୁତାବକ ମଙ୍ଗଳପୁର ଥାନା ନିଜାମପୁର ଗାଁ ର ତପସ୍ୱିନି ଉତ୍ତରକୁଳ ଗାଁର ବିଜୟ କୁମାର ନାଥଙ୍କୁ ବିବାହ କରିଥିଲେ । ବିବାହ ପରେ ତପସ୍ୱିନିଙ୍କୁ ଶାଶୁ ଘର ଲୋକେ ନାନା ନିର୍ୟାତନା ଦେଉଥିଲେ। ଏପରିକି ଶାଶୁ ଘର ଲୋକେ ଏକ କାର ଆଣିବା ପାଇଁ ଚାପ ପ୍ରୟୋଗ କରିଥିଲେ। ବାପ ଘର ଲୋକେ ନ ଦେବାରୁ ଝିଅକୁ ହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି।

ସେପଟେ ଏହି ଘଟଣାରେ କେବଳ ସ୍ଵାମୀ ବିଜୟଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ଏହାର ପ୍ରତିବାଦ କରି ଆଜି ବାପ ଘର ଲୋକେ ଥାନା ଘେରାଉ କରିଛନ୍ତି। ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.