fbpx

ପୂର୍ବତନ ARCS ରାଜକିଶୋର ପରିଡାଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମଗିରି: ପୁଣି ଭିଜିଲାନ୍ସ ଜାଲରେ ଫସିଛନ୍ତି ଆଉ ଜଣେ ବାବୁ । ପୂର୍ବତନ ARCS ରାଜକିଶୋର ପରିଡାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ବ୍ରହ୍ମଗିରି ଖଟପିରିଙ୍ଗି ପୈତୃକ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ପୁରୀ ଓ ଭୁବନେଶ୍ବର ସମେତ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ତେବେ ARCS ଅର୍ଥ ଅତିରିକ୍ତ ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜକିଶୋର ପରିଡାଙ୍କ ଘରେ ଚଢ଼ାଉ ହୋଇଛି ।

ତେବେ ବ୍ରହ୍ମଗିରିର କଲେଜ ଛକସ୍ଥିତ ଘରେ ଭିଜିଲାନ୍ସ ଟିମର ୭ ଜଣିଆ ଟିମ୍ ଏହି ଚଢାଉ କରୁଛି । ପୁରୀର ଗୋପୀନାଥପୁର ଓ ବ୍ରହ୍ମଗିରିରେ ଥିବା ଅବାସିକ ଘର, ପୁରୀରେ ଥିବା ପୈତୃକ ଘର, ପୁରୀରେ ଥିବା ସିମେଣ୍ଟ ଇଟା କାରଖାନା, ଆଠଗଡ଼ ଓ ବାରିପଦାରେ ରହୁଥିବା ବଡ ପୁଅ ରାଜତ କୁମାର ପରିଡ଼ାଙ୍କ ଘରେ ଚଢ଼ାଉ କରାଯାଉଛି।

Get real time updates directly on you device, subscribe now.