fbpx

୨୪ ବର୍ଷ ବୟସରେ ୩୦୦ ମିଲିୟନ instagram ଫଲୋଅର୍: ପ୍ରଥମ ମହିଳା ଭାବେ ରଚିଲେ ଇତିହାସ

ନୂଆଦିଲ୍ଲୀ: ପ୍ରଥମ ମହିଳା ଭାବେ ଇତିହାସ ରଚିଛନ୍ତି ହଲିଉଡ୍ ସୁନ୍ଦରୀ କାଇଲି ଜେନର। ସୋସିଆଲ ମିଡ଼ିଆ ସାଇଟ Instagram ରେ କାଇଲିଙ୍କ ଫଲୋଅର ସଂଖ୍ୟା ୩୦୦ ମିଲିୟନ ଛୁଇଁଛି। ଫୁଟବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ୩୮୮ ମିଲିୟନ ଫଲୋଅର ସହିତ କାଇଲିଙ୍କ ଠାରୁ ଆଗୁଆ ରହିଥିବା ବେଳେ instagram ର ଅଫିସଆଲ୍ ଆକାଉଣ୍ଟରେ ସର୍ବାଧିକ ୪୬୦ ମିଲିୟନ ଫଲୋଅର ରହିଛନ୍ତି।

୨୦୧୯ରେ ପପ୍ ସିଙ୍ଗର ଆରିଆନା ଗ୍ରାନଡ୍ଏ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଥିଲେ। ଅରିଆନାଙ୍କ ପୂର୍ବରୁ ସେଲେନା ଗୋମେଜ୍ ୧୪୬.୫ ମିଲିୟନ ଫଲୋଅର ସହିତ ପ୍ରଥମ ସ୍ଥାନରେ ରହିଥିଲେ। ଅନ୍ୟ କର୍ଡାସିଆନ୍ ମାନଙ୍କ ଭଳି ସୋସିଆଲ ମିଡିଆରେ ଏତେ ସକ୍ରିୟ ନଥିଲେ ମଧ୍ୟ ୩୦୦ ମିଲିୟନ ଫଲୋଅର ହାସଲ କରିବାରେ ସଫଳ ହୋଇଛନ୍ତି କାଇଲି। ଏହା ସହିତ ରାପର ଟ୍ରାଭିସ ସ୍କଟଙ୍କ ସହିତ ନିଜର ଦ୍ଵିତୀୟ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି କାଇଲି। ନିକଟରେ ନିଜର ବେବି ବମ୍ପ ସହିତ ଫଟୋ ସେୟାର କରି ଚର୍ଚ୍ଚାରେ ରହିଥିଲେ।

Get real time updates directly on you device, subscribe now.