fbpx

କେନ୍ଦ୍ରର ହୋମ୍ ଆଇସୋଲେସନ ଗାଇଡଲାଇନ: ଲକ୍ଷଣ ନଥିଲେ ଦରକାର ନାହିଁ ଟେଷ୍ଟିଂ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ପୁଣି ଥରେ ଭୟଙ୍କର ରୂପ ନେବାରେ ଲାଗିଛି । ଦୈନିକ ସଂକ୍ରମଣ ଦେଢ଼ ଲକ୍ଷରୁ ଅଧିକ ରହୁଛି । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ସେପଟେ ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଛି ହୋମ ଆଇସୋଲେସନ ଗାଇଇଡଲାଇନ । କେଉଁ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିପାରିବେ ଏବଂ କେଉଁମାନେ ରହିପାରିବେ ନାହିଁ ସେନେଇ ଜାରି କରାଯାଇଛି ଗାଇଡଲାଇନ ।

ଗାଇଡଲାଇନ ଅନୁଯାୟୀ, ଲକ୍ଷଣହୀନ କଣ୍ଟାକ୍ଟମାନେ ଆଦୌ ଟେଷ୍ଟ କରିବା ଦରକାର ନାହିଁ । ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣହୀନ ହୋମ୍ ଆଇସୋଲେସନରେ ରହିପାରିବେ । ୬୦ରୁ ଉଦ୍ଧ୍ୱର୍, ବହୁବିଧ ରୋଗାକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ହୋମ୍ ଆଇସୋଲେସନ । ଡାକ୍ତରଙ୍କ ପରୀକ୍ଷାନିରୀକ୍ଷା ପରେ ମିଳିବ ହୋମ୍ ଆଇସୋଲେସନ ଅନୁମତି । ଟେଷ୍ଟ ପଜିଟିଭ ଆସିବାର ୭ ଦିନ ପର୍ଯ୍ୟନ୍ତ ହୋମ୍ ଆଇସୋଲେସନ । ୭ ଦିନ ଭିତରେ ଲଗାତାର ୩ ଦିନ ଜ୍ୱର ନଆସିଲେ ସରିବ ଆଇସୋଲେସନ । ୭ ଦିନ ଭିତରେ ୩ ଦିନ ଜ୍ୱର ନଆସିଲେ ୭ ଦିନ ପରେ ରି-ଟେଷ୍ଟ ଅନାବଶ୍ୟକ ।

Get real time updates directly on you device, subscribe now.