କ୍ୟାପିଟାଲ ହସ୍ପିଟାଲରେ କରୋନା ବିସ୍ଫୋରଣ: ୧୦୦ରୁ ଅଧିକ କର୍ମୀ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ଅନ୍ୟତମ ବୃହତ୍ତର ହସ୍ପିଟାଲ କ୍ୟାପିଟାଲ ହସ୍ପିଟାଲରେ ଘଟିଛି କରୋନା ବିସ୍ଫୋରଣ । ଶହେରୁ ଅଧିକ କର୍ମୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଖବର ପ୍ରକାଶ ପାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୪୦ ଜଣ ଡାକ୍ତର ରହିଥିବା ବେଳେ ୩୦ ଜଣ ନର୍ସ ରହିଛନ୍ତି । ସେହିପରି ୪୦ ଜଣ ଟେକ୍ନିସିଆନ ଏବଂ ୧୦ରୁ ୧୫ ଜଣ ଫାର୍ମାସିଷ୍ଟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏମ୍ସ ପରି ଏଠାରେ ମଧ୍ୟ ଓପିଡି ସ୍ୱାସ୍ଥ୍ୟ ସେବା ବନ୍ଦ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ଏମ୍ସରେ ୨୫ରୁ ଅଧିକ ଡାକ୍ତର କରୋନାରେ ଆକ୍ରାନ୍ତ ହେବା ପରେ ଓପିଡି ସେବା ବନ୍ଦ କରାଯାଇଥିଲା । ଅନଲାଇନ ଟିକେଟ ବ୍ୟବସ୍ଥା କରାଯାଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କଣ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବା ବାକି ରହିଲା ।