fbpx
BSKY SKY
BSKY SKY

ଅଭିଯୋଗ ପାଇଁ ଯାଉଥିଲା ଭଉଣୀ: ଥାନାରେ ସାମ୍ନାରେ ହାଣିଲା ଭାଇ

BSKY

ସମ୍ବଲପୁର କୁଚିଣ୍ଡା ଥାନା ସମ୍ମୁଖରେ ଭଉଣୀକୁ ବୀଭତ୍ସ ହତ୍ୟା । ଥାନା ଆଗରେ ଭଉଣୀକୁ ହତ୍ୟା କଲା ସମ୍ପର୍କୀୟ ଭାଇ । ସାମାନ୍ୟ କଥାରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା । ହତ୍ୟା କରିବା ପରେ ଅଭିଯୁକ୍ତ ସମ୍ପର୍କୀୟ ଭାଇ ଫେରାର୍ ହୋଇଯାଇଛି ।

ଲୁଇସିଂ ଗାଁରେ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏନେଇ ଏତଲା କରିବାକୁ ଥାନାକୁ ଆସୁଥିଲେ ବଡ଼ବାପାର ପୁଅ, ଝିଅ । ବଡ଼ବାପା ପୁଅ ଏବଂ ଝିଅଙ୍କୁ ପଛରୁ ଅନୁସରଣ କରିଥିଲେ ଦାଦା ପୁଅ । ପଛରେ ଆସୁଥିବା ଦାଦା ପୁଅ ଥାନା ଗେଟ୍ ପାଖରେ ବଡ଼ବାପା ଝିଅକୁ ହାଣିଥିଲା ।

Get real time updates directly on you device, subscribe now.