fbpx

ମହିଳାଙ୍କ ଠାରେ କାହିଁକି ଦେଖାଦିଏ ଶ୍ୱେତ ପ୍ରଦର ସମସ୍ୟା: ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା

ମହିଳା ମାନଙ୍କର ଯୌନାଙ୍ଗରୁ ରକ୍ତଛଡା ଯେ କୌଣସି ତରଳ ପଦାର୍ଥ ନିର୍ଗତ ହୁଏ ଯେମିତିକି କ୍ଷୀର ଭଳି ,ଚୁନପାଣି ଭଳି କେଵେକେଵେ ହଲଦୀଆ ଏବଂ ନୀଳରଙ୍ଗର ପାଣି ଭଳି ନିର୍ଗତ ହୁଏ ତାହାକୁ ଆମେ LEUCORRHEA ଶ୍ବେତପ୍ରଦର ରୋଗ ବୋଲି କହୁ ଏବଂ ନନମେଡିକୋ ଟର୍ମ ରେ White Discharge ରୋଗ ବୋଲି କୁହାଯାଏ ।
କାରଣ:
@ ଅପପୁଷ୍ଟି ହେଲେ ଏହା ଦେଖାଦିଏ
@ଅଧିକ ଦୁର୍ବଳ ଥିଲେ
@ବାରମ୍ବାର ଗର୍ଭପାତ କଲେ
@ଅଧିକ ସହବାସ କଲେ
@ଜରାୟୁରେ କୃମି ପ୍ରବେଶ କଲେ ଏହା ଦେଖାଦିଏ ।..
@କିଛି ଯୌନ ବେମାରୀ (STD) ଥିଲେ

ଲକ୍ଷଣ :
–ମୁଣ୍ଡବିନ୍ଧା ହୁଏ
–ଅଧିକ ପରିମାଣର ଧଳାରଙ୍ଗର ପାଣି ବା କ୍ଷୀରଭଳି ପାଣୀ ନିର୍ଗତ ହୁଏ ।
–ହାତପଦରେ ଜ୍ବଳା ହୁଏ
–ପାଦ ଫୁଲିଯାଏ
–ଯୌନାଙ୍ଗ ଓ ତଳିପେଟ ଦରଜ ହୁଏ
-ଯୌନାଙ୍ଗ ଦୁର୍ଗନ୍ଧ ହୁଏ ।

ନିରାକରଣ :
@ମହିଳାମାନେ ଏହି ରୋଗରେ ବେଶୀ ସମ୍ମୁଖିନ ହୁଅନ୍ତି କାରଣ ଧାର୍ମିକ ଭାବନାରେ ବୁଡିରହି ଉପବାସ ରୁହନ୍ତି ।
@ପୃଷ୍ଟିକର ଖାଦ୍ୟ ସହ ଶୁଷମ ଖାଦ୍ୟ ଏବଂ ଦିନକୁ ୪ ରୁ ୫ଲିଟର ପାନୀୟଜଳ ପିଈବା ଉଚିତ୍ ।
@ପରିଷ୍କାର ପରିଛନତା ରହିବା ଉଚିତ୍ ।
@ ଡିସ୍ଚାର୍ଜର ପରିମାଣ ଅନୁଯାୟୀ ପ୍ୟାଡ୍ ବଦଳେଇବା ଉଚିତ୍
@ପ୍ରତିଥର ପରିସ୍ରା ଫେରିବା ପରେ ଯୌନାଙ୍ଗକୁ ଭଲ ଭାବେ ସଫା କରିବା ଉଚିତ୍
@ପ୍ରତିଦିନ intiwash Lotion ଦ୍ବାରା ପ୍ରାଇଭେଟ୍ ପାର୍ଟ୍ କୁ ସଫା କରିବା ନିହାତି ଆବଶ୍ୟକ ।
@ବାରମ୍ବାର ଗର୍ଭପାତ ନକରାଈ ଗର୍ଭ ନିରୋଧକ ବ୍ୟବହାର କରିବା ଉଚିତ୍ ।
@ବେଳେବେଳେ ଯୌନାଙ୍ଗରେ ଘା ହୋଇଥାଏ ତେଣୁ ସେଥିରୁ ପୁଜ ଭାବେ ଧଳାପାଣି ନିର୍ଗତହୁଏ ତେଣୁ ତାହା ଯଦି ଚିକିତ୍ସା କରାନଯାଏ ତାହା କ୍ୟାନସର୍ ଆଡକୁ ଗତିକରିବାର ସମ୍ଭାବନା ଥାଏ ।
@ନିଜ ସାଥିର ସ୍ବାସ୍ଥ୍ୟ କୁ ଦେଖିବା ମଧ୍ୟ ଜଣେ ଭଲ ସ୍ବାମିର ପରିଚୟ ହୋଇଥାଏ ତେଣୁ ସହବାସ ଅଧିକ ମାତ୍ରା ରେ ନକରିବା ଉଚିତ୍ ।ଏବଂ ଧଳାସ୍ରାବ ନିର୍ଗତ ହେବା ସମୟରେ ସହବାସ କୁ ସମ୍ପୁର୍ଣ୍ନ ରୁପେ ଆଭଏଡ୍ କରିବା ଉଚିତ୍ ।.
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିସିନ୍ ବ୍ୟବହାର କରିବା ସହ ନିଜ ସ୍ବାସ୍ଥ୍ୟପ୍ରତି ସଚେତନ ହେଵା ନିହାତି ଆବଶ୍ୟକ ।

Get real time updates directly on you device, subscribe now.