fbpx

୪୮୮ଟି ଟ୍ରେନ୍ ବାତିଲ କଲା ରେଳବାଇ, ଅନେକ ରେଳର ବଦଳିଲା ରୁଟ୍; ଯାତ୍ରା ପୂର୍ବରୁ ଦେଖିନିଅନ୍ତୁ ତାଲିକା

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏହି କାରଣରୁ ଭାରତୀୟ ରେଳବାଇକୁ ଦେଶର ଲାଇଫ୍ ଲାଇନ୍ ବୋଲି କୁହାଯାଏ । ଏହି ପରିପ୍ରେକ୍ଷୀରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ପ୍ରଭାବିତ ହେବାକୁ ଥିବା ଟ୍ରେନ୍ ସହ ଜଡ଼ିତ ସମସ୍ତ ତଥ୍ୟ ଅଫିସିଆଲ୍ ୱେବସାଇଟ୍ ରେ ଦିଆଯାଇଥାଏ । ଯାହାଫଳରେ ଯାତ୍ରୀଙ୍କୁ କୌଣସି ପ୍ରକାର ସମସ୍ୟା ଯେପରି ନ ହେବ ।

ଜାନୁଆରୀ ୨୨ ତାରିଖରେ ରେଳବାଇ ପକ୍ଷରୁ ୪୮୮ଟି ଟ୍ରେନ୍ କୁ ବାତିଲ କରାଯାଇଛି । ଦିଲ୍ଲୀ, ବିହାର, ପଞ୍ଜାବ ସମେି ଦେଶର ବିଭିନ୍ନ ରାଜ୍ୟର ୪୮୮ଟି ଟ୍ରେନ୍ କୁ ବାତିଲ କରାଯାଇଛି । ରେଳବାଇର ଅଫିସିଆଲ୍ ୱେବସାଇଟ୍ enquiry.indianrail.gov.in ରେ ଦିଆଯାଇଥିବା ଅପଡେଟ୍ ମୁତାବକ, ୪୮୮ଟି ଟ୍ରେନ୍ କୁ ବାତିଲ କରାଯାଇଛି । ଏହା ବ୍ୟତୀତ କିଛି ଟ୍ରେନ୍ ର ରୁଟ୍ କୁ ଡାଇଭର୍ଟ କରାଯାଇଛି । ଏହାଛଡ଼ା ୪ଟି ଟ୍ରେନକୁ ରିସିଡ୍ୟୁଲ୍ କରାଯାଇଛି । ତେଣୁ ଯଦି ଆପଣ ମାନେ ଯାତ୍ରା କରିବାର ଯୋଜନା କରୁଛନ୍ତି ତାହେଲେ ଏହି ଟ୍ରେନ୍ ର ତାଲିକାକୁ ଯାଞ୍ଚ କରିନିଅନ୍ତୁ ।

 

Get real time updates directly on you device, subscribe now.