fbpx

(Video) ଗଭୀର କୂଅରେ ହଠାତ୍ ଖସି ପଡ଼ିଲା ମାଆ, ଏହି ସମୟରେ ପୁଅ ସେଠାରେ ପହଞ୍ଚି କ’ଣ କଲା ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ପୁଅ ପାଇଁ ମାଆ ସବୁ କିଛି କରିପାରେ । ଏପରିକି ନିଜର ଜୀବନ ମଧ୍ୟ ଦେଇପାରେ । ତେବେ ନିଜର ଜନ୍ମଦାତ୍ରୀର ଋଣ ସୁଝିବା ପାଇଁ ପୁଅ ମଧ୍ୟ ନିଜର ଜୀବନକୁ ବାଜିରେ ଲଗାଇପାରେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲାରେ । ଏକ ଗଭୀର କୂଅରେ ପଡ଼ିଯାଇଥିବା ମାଆକୁ ଉଦ୍ଧାର ପାଇଁ ପୁଅ ଯଥାସାଧ୍ୟ ଉଦ୍ୟମ କରିଥିଲା । ଶେଷରେ ଅନ୍ୟ ଉପାୟ ନ ପାଇ ସେ ମଧ୍ୟ ଉକ୍ତ କୂଅକୁ ଡେଇଁ ପଡ଼ିଥିଲା ।

ନୂଆପଡ଼ା ଜିଲ୍ଲା କୋମନା ବଙ୍ଗଲାପଡ଼ାରେ ଏହି ଅଭାବନୀୟ ଘଟଣାଟି ଘଟିଛି । ଆଜି ସକାଳୁ କୂଆ ନିକଟରେ ବସିଥିବା ବେଳେ ଦୁର୍ଭାଗ୍ୟଶବତଃ ୬୬ ବର୍ଷୀୟା ଜଣେ ବୃଦ୍ଧା ଏକ କୂଅରେ ଗଳି ପଡ଼ିଥିଲେ । ତେବେ କୂଅଟିର ଗଭୀର ୨୦ ଫୁଟ ହୋଇଥିବା ବେଳେ ବୃଦ୍ଧା ଜଣଙ୍କ କୂଅ ଭିତରେ ଫସି ରହିଥିଲେ । ଏହି ସମୟରେ ବୃଦ୍ଧାଙ୍କ ପୁଅ ମାଆର ଏହି ଅବସ୍ଥା ଦେଖି ନିଜକୁ ସମ୍ଭାଳି ପାରିନଥିଲେ । ମାଆକୁ ବଞ୍ଚାଇବା ପାଇଁ ସେ ମଧ୍ୟ ଉକ୍ତ ଗଭୀର କୂଅ ମଧ୍ୟକୁ ଲମ୍ଫ ପ୍ରଦାନ କରିଥିଲେ । ତେବେ ପରେ ଖବର ପାଇ କୋମନା ଅଗ୍ନିଶମ ବାହିନୀ ପହଞ୍ଚି କୂଅ ମଧ୍ୟରୁ ମାଆ ଓ ପୁଅଙ୍କୁ ଉଦ୍ଧାର କରିଥିଲେ । ଏବେ ମାଆ ଓ ପୁଅ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି । ମାଆ ପାଇଁ ଜଣେ ପୁଅର ଏଦାଦୃଶ ତ୍ୟାଗ ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ତାଙ୍କୁ ସାବାସି ଦେଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.