fbpx

ଟଙ୍କା ଖର୍ଚ୍ଚ କରିବାରେ ଏହି ୪ଟି ରାଶିର ବ୍ୟକ୍ତିବିଶେଷ ସବୁଠାରୁ ଆଗରେ, କେବେ କରନ୍ତି ନାହିଁ କଞ୍ଜୁସୀ

ଓଡ଼ିଶା ଭାସ୍କର ବ୍ୟୁରୋ: ଜଣେ ବ୍ୟକ୍ତିର ସ୍ୱଭାବ ତାର ଜାତକ ଓ ରାଶିର ସ୍ୱାମୀ ଗ୍ରହ ଉପରେ ନିର୍ଭର କରିଥାଏ । ଜ୍ୟୋତିଷ ବିଜ୍ଞାନରେ ୧୨ଟି ରାଶି ରହିଥାଏ । ତେବେ ସବୁ ରାଶିର ସ୍ୱଭାବ ଅଲଗା ଅଲଗା ହୋଇଥାଏ । କିଏ କଞ୍ଜୁସ୍ ହୋଇଥାଏ, ତ କିଏ ଅଧିକ ଖର୍ଚ୍ଚୀ ହୋଇଥାଏ । କିଛି ଜଣଙ୍କର ଆର୍ଥିକ ସ୍ଥିତି ଠିକ୍ ନଥିଲେ ମଧ୍ୟ ସେମାନେ ଖର୍ଚ୍ଚ କରିବାରେ ଆଗରେ ରହିଥାନ୍ତି । ତାହେଲେ ଚାଲନ୍ତୁ ଜାଣିବା କେଉଁ ରାଶିର ଲୋକମାନେ ଅଧିକ ଖର୍ଚ୍ଚ କରିଥାଏ ଓ କଞ୍ଜୁସ୍ ହୋଇନଥାନ୍ତି ।

ବୃଷ: ବୃଷ ରାଶିର ସ୍ୱାମୀ ଶୁକ୍ର ଦେବ ଅଟନ୍ତି । ଶୁକ୍ରଙ୍କ ଉପସ୍ଥିତି ଯୋଗୁଁ ଜୀବନରେ ସୁଖ ସୁବିଧା ଭରପୁର ରହିଥାଏ । ତେଣୁ ବୃଷ ରାଶିର ଲୋକେ ଖର୍ଚ୍ଚ କରିବାରେ ସବୁଠାରୁ ଆଗରେ ରହିଥାନ୍ତି । ଏମାନେ ଆସୌ କଞ୍ଜୁସ୍ ହୋଇନଥାନ୍ତି । ଏହି ରାଶିର ଲୋକେ ସ୍ୱାଦିଷ୍ଟ ଖାଦ୍ୟ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ।

ମିଥୁନ: ମିଥୁନ ରାଶିର ଲୋକ ମାନେ ଟଙ୍କା ରୋଜଗାରରେ ଆଗରେ ରହିବା ସହିତ ଖର୍ଚ୍ଚ କରିବାରେ ବି ଆଗରେ ରହିଥାନ୍ତି । ଏମାନେ ନିଜ ସୁଖ ସୁବିଧା ପାଇଁ ଅଧିକ ଖର୍ଚ୍ଚ କରିଥାନ୍ତି । ବୁଧ ଗ୍ରହ ପ୍ରଭାବରୁ ଏହି ରାଶିର ଲୋକେ ଖୁବ୍ ବୁଦ୍ଧିମାନ ହୋଇଥାନ୍ତି । ବୁଧଙ୍କୁ ବ୍ୟବସାୟର କାରକ ବୋଲି ଧରାଯାଇଥାଏ ।

ସିଂହ: ସିଂହ ରାଶି ଉପରେ ସୂର୍ଯ୍ୟ ଦେବଙ୍କ ଆଧିପତ୍ୟ ରହିଛି । ଏହି ରାଶିର ଲୋକମାନେ ଆରାମଦାୟକ ଜୀବନ ଶୈଳୀ ପସନ୍ଦ କରନ୍ତି । ସୁଖ ସୁବିଧା ପାଇବା ପାଇଁ ସିଂହ ରାଶିର ଲୋକେ ଖୁସି ପରିଶ୍ରମୀ ମଧ୍ୟ ହୋଇଥାନ୍ତି ।

ତୁଳା: ତୁଳା ରାଶିର ଲୋକମାନେ ମଧ୍ୟ ଅଧିକ ଖର୍ଚ୍ଚି ହୋଇଥାନ୍ତି । ଶୁକ୍ର ଦେବଙ୍କ କାରଣରୁ ଏହି ରାଶିର ବ୍ୟକ୍ତିବିଶେଷଙ୍କ ସ୍ୱଭାବ ଏପରି ରହିଛି । ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶୁକ୍ର ଦେବ ରହିଥାନ୍ତି ସେମାନଙ୍କ ଜୀବନରେ ସୁଖ ପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.