fbpx

ଏକ ବର୍ଷରେ ମୋବାଇଲ ନେଉଛି ୩ ମାସ ଟାଇମ୍, ଭବିଷ୍ୟତ ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ଯୁବପିଢ଼ିଙ୍କୁ ନେଇ ଏବେ ଚିନ୍ତାରେ ଭାରତ । ଏକ ବର୍ଷରୁ ୩ ମାସ ମୋବାଇଲରେ ଲାଗି ରହୁଛନ୍ତି ଯୁବପିଢ଼ି । ଏକ ରିସର୍ଚ୍ଚ ମୁତାବକ, ଭାରତ ବିଶ୍ୱର ଯୁବ ବହୁଳ ରାଷ୍ଟ୍ର । ଆଗାମୀ ୨୦ ବର୍ଷରେ ବିିଶ୍ୱରେ ଏହା ସୁପର ପାୱାର ହେବାର ବି ସମ୍ଭାବନା ଅନେକାଂଶରେ ଦେଖାଦେଇଛି । ମାତ୍ର ରିସର୍ଚ୍ଚ ଅନୁଯାଇ ଏହା ୨୦ ବର୍ଷ ନୁହେଁ ୯ ବର୍ଷ ପରିଶ୍ରମ କରି ଭାରତୀୟ ଯୁବପିଢ଼ିଙ୍କୁ କରିବାକୁ ହେବ । ଏହାର କାରଣ ଆପଣ ଶୁଣିଲେ ତଚକିତ ହେବେ । ଭାରତୀୟ ଯୁବକ ମାନେ ଅଧିକ ସମୟ ମୋବାଇଲରେ ହିଁ ବିତାଉଛନ୍ତି । ଯାହାକି କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

ରିସର୍ଚ୍ଚ ମୁତାବକ ୨୦୧୯ରେ ପ୍ରତିଦିନ ୩ ଘଣ୍ଟା ୪୫ ମିନିଟ ବିତୁଥିଲା । ୨୦୨୦ରେ ତାହା ୪ ଘଣ୍ଟା ୩୦ ମିନିଟ ଆଉ ୨୦୨୧ରେ ୪ ଘଣ୍ଟା ୪୫ ମିନିଟକୁ ବୃଦ୍ଧି ପାଇଛି । ଏହି ଡ଼ାଟା ଅନୁଯାୟୀ ୨୦୨୧ରେ ୩ ମାସ ମୋବାଇଲରେ ହିଁ କଟିଛି । ଏପରି ଚାଲିଲେ ଆଗାମୀ ୨୦ ବର୍ଷ ମଧ୍ୟରେ ୪ ବର୍ଷ ୨ ମାସ ମୋବାଇଲରେ ହିଁ କଟିଯିବ । ଏହା ସହ ପ୍ରତିଦିନ ୮ ଘଣ୍ଟା ଶୋଇଲେ ୨୦ ବର୍ଷରେ ୬ ବର୍ଷ ୭ ମାସ ଶୋଇବାରେ ହିଁ ବିତିଯିବ । ଉଭୟ ଶୋଇବା ଓ ମୋବାଇଲ ସମୟ ମିଶାଇଲେ ପାଖାପାଖି ୧୧ ବର୍ଷ ଅତିବାହିତ ହୋଇଯିବ ।

ଏପରି ଚାଲିଲେ ଭାରତ କେମିତି ଆଗେଇବ? ଯୁବପିଢ଼ି କେବେ ସଚେତନ ହେବେ? ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଋିସର୍ଚ୍ଚ ମୁତାବକ ଭାରତୀୟ ଯୁବକଙ୍କୁ ୯ ବର୍ଷରେ କଠିନ ପରିଶ୍ରମ କରି ୨୦ ବର୍ଷର କାର୍ଯ୍ୟ କରିବାକୁ ହିଁ ହେବ ।

Get real time updates directly on you device, subscribe now.