fbpx

ବଜାରରେ ଉପଲବ୍ଧ ହେବ କରୋନା ଟିକା: ବିକ୍ରି ପାଇଁ DCGIର ଅନୁମତି

ନୂଆଦିଲ୍ଲୀ: ଏଣିକି ବଜାରରେ ମିଳିବ କରୋନା ଟିକା । ଖୋଲା ବଜାରରେ ଉପଲବ୍ଧ ହେବ କୋଭିସିଲ୍ଡ ଓ କୋଭାକ୍ସିନ ଟିକା । ବଜାରରେ ବିକ୍ରି ପାଇଁ ଡିସିଜିଆଇ ପକ୍ଷରୁ ମିଳିଲା ଅନୁମତି । ଖୋଲା ବଜାରରେ ବିକ୍ରି ନେଇ ସର୍ତ୍ତମୂଳକ ଅନୁମତି ଦେଇଛି ଡିସିଜିଆଇ । ଗତକାଲି କୋଭାକ୍ସିନ ଏବଂ କୋଭିସିଲ୍ଡ ଟିକାର ପ୍ରତି ଡୋଜର ଦାମ ହ୍ରାସ କରିଥିଲେ କେନ୍ଦ୍ର ସରକାର । ଡୋଜ୍ ପିଛା ୧୨୦୦ ଟଙ୍କାରୁ ୨୭୫ ଟଙ୍କାକୁ ହ୍ରାସ କରାଯାଇଛି । ଏହା ସହ ଏଥିରେ ୧୫୦ ଟଙ୍କାର ସର୍ଭିସ ଚାର୍ଜ ରହିଛି । ତେବେ ବର୍ତ୍ତମାନ କୌଣସି ଔଷଧ ଦୋକାନରେ ମିଳିବନି ଉଭୟ ଟିକା । କେବଳ ହସ୍ପିଟାଲ ଓ କ୍ଲିନିକମାନେ ଟିକା କିଣି ନେଇପାରିବେ ଏବଂ କେବଳ ପ୍ରାପ୍ତ ବୟସ୍କଙ୍କ ବ୍ୟବହାର ପାଇଁ ଅନୁମତି ମିଳିଛି ।

ଉଲ୍ଲେଖଯୋଗ୍ୟ, କରୋନା ବିରୋଧୀ ଲଢ଼େଇରେ ପ୍ରମୁଖ ଅସ୍ତ୍ର ଭାବେ ଉଭା ହୋଇଛି ଏହି ଦୁଇ ଟିକା । ସିରମ ଇନଷ୍ଟିଚ୍ୟୁଟ ଦ୍ୱାରା ନିର୍ମିତ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ଦ୍ୱାରା ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି କୋଭାକ୍ସିିନ । ସେପଟେ ଦେଶରେ ଏପର୍ଯ୍ୟନ୍ତ ୧,୬୩,୮୪,୩୯,୨୦୭ ଡୋଜ ଟିକା ଦିଆଯାଇଛି ।

Get real time updates directly on you device, subscribe now.