fbpx

ଆକାଶଗଙ୍ଗାରେ ଦେଖାଦେଇଛି ରହସ୍ୟମୟୀ ବସ୍ତୁ: ପ୍ରତି ୧୮.୧୮ ମିନିଟରେ ଛାଡୁଛି ସିଗନାଲ୍, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମହାକାଶ ଏକ ବିଶାଳକମାୟ ଜିନିଷ ଯାହାର ସାମାନ୍ୟ କିଛି ଜ୍ଞାନ ମାନବ ସମାଜକୁ ରହିଛି । ମହାକାଶରେ ରହିଥିବା ଆକାଶ ଗଙ୍ଗା(ମିଲ୍କି ୱେ) ମଧ୍ୟ ସମାନ ଭାବରେ ରହସ୍ୟରେ ଭରପୁର । ତେବେ ବର୍ତ୍ତମାନ ଏମିତି ଏକ ବସ୍ତୁ ଚିହ୍ନଟ ହୋଇଛି ଯାହାକୁ ନେଇ ବୈଜ୍ଞାନିକ ମାନେ ମଧ୍ୟ ହତଭମ୍ବ ରହିଛନ୍ତି । ଏହି ବସ୍ତୁରୁ ବିପୁଳ ପରିମାଣର ରେଡିଓ ତରଙ୍ଗ ବାହାରୁଛି । ପ୍ରତି ୧ ଘଣ୍ଟାରେ ୩ଥର ରେଡିଓ ତରଙ୍ଗ ବାହାରୁଥିବା ଜଣାପଡିଛି । ଏହା ସହିତ ପ୍ରତି ୧୮.୧୮ ମିନିଟରେ ଏହି ବସ୍ତୁ ଥରେ ଲେଖାଏଁ ସିଗନାଲ ଛାଡୁଛି । ପୂର୍ବରୁ ମହାକାଶରେ ଏମିତି କିଛି ଘଟଣା ଦେଖା ଯାଇନଥିବା ବେଳେ ଏହା ବୈଜ୍ଞାନିକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଜନୈକ ଅଣ୍ଡର ଗ୍ରାଜୁଏଟ ଛାତ୍ର ନିଜର ରିସର୍ଚ୍ଚ ସମୟରେ ଏହି ରହସ୍ୟମୟୀ ବସ୍ତୁର ଆବିଷ୍କାର କରିଥିଲେ । ପ୍ରଥମେ ଛାତ୍ର ଜଣକ ଏହାର ରେଡିଓ ଆକ୍ଟିଭ ତରଙ୍ଗ ସମ୍ପର୍କରେ ଜାଣିଥିଲେ । ପରେ ମହାକାଶ ବିଜ୍ଞାନୀ ନଟାଶା ହର୍ଲେ ୱାକର ଏହାର ତଦନ୍ତ କରିଥିଲେ । ମରିସନ୍ ୱାଇଡଫିଲ୍ଡ ଆରେର ଏକ ଟେଲିସ୍କୋପ ଜରିଆରେ ଅଧ୍ୟୟନ ପରେ ଏହା ପ୍ରତି ୧୮.୧୮ ମିନିଟରେ ଥରେ ଲେଖାଏଁ ଏହି ତରଙ୍ଗ ଛାଡୁଥିବା ଜଣାପଡିଥିଲା । ମହାକାଶରେ ଏମିତି ବସ୍ତୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବା ବେଳେ ଏହା କଣ ସେ ସମ୍ପର୍କରେ ସମସ୍ତେ ଅନଭିଜ୍ଞ ବୋଲି ହର୍ଲେ ୱାକର କହିଛନ୍ତି । ପ୍ରଥମେ ଏହା ଏଲିୟନ ବୋଲି ମଧ୍ୟ ସନ୍ଦେହ କରାଯାଉଥିଲା । ତେବେ ଆସୁଥିବା ରେଡିଓ ତରଙ୍ଗର ଅନୁଧ୍ୟାନ ପରେ ଏହା ପ୍ରାକୃତିକ ଭାବରେ ସୃଷ୍ଟି ହୋଇଥିବା ଜଣାପଡିଛି । ଏହା ସହିତ ଅଧିକ ପରୀକ୍ଷଣ ପରେ ସମ୍ପୂର୍ଣ୍ଣ ସୂଚନା ମିଳିଯିବ ବୋଲି ନଟାଶା ହର୍ଲେ ୱାକର ଆଶା ରଖିଛନ୍ତି ।

Get real time updates directly on you device, subscribe now.