fbpx

ଆପଣଙ୍କ ନାମ-ଠିକଣାର କଣ କରିଥାନ୍ତି Ola, Uber ଓ Rapido ଆପ୍? ଜାଣିଲେ ଲାଗିବ ଝଟକା

ନୂଆଦିଲ୍ଲୀ: ଯଦି ଆପଣ ବି ଓଲା, ଉବର୍ ଓ ରାପିଡୋ ଭଳି ଆପ୍ ବ୍ୟବହାର କରୁଛନ୍ତି, ତାହେଲେ ଆପଣ ସାବଧାନ ହୋଇଯାଆନ୍ତୁ । ଏହି କମ୍ପାନୀ ଗୁଡ଼ିକ ଆପ୍ ଜରିଆରେ ନାମ ଓ ଠିକଣା ସମେତ ଆପଣଙ୍କର ଅନେକ ପ୍ରକାର ତଥ୍ୟ ଗୁପ୍ତ ଭାବରେ ସେମାନଙ୍କ ପାଖରେ ରଖୁଛନ୍ତି । ତେବେ ଖାଲି ସେମାନେ ତଥ୍ୟ ରଖୁନାହାନ୍ତି ବରଂ ସେସବୁକୁ ଥାର୍ଡ ପାର୍ଟିକୁ ବିକ୍ରି ମଧ୍ୟ କରାଯାଉଛି । ଆଉ ଏହି ଥାର୍ଡ ପାର୍ଟି ମାନେ ବିଜ୍ଞାପନ ପାଇଁ ଆପଣମାନଙ୍କ ତଥ୍ୟକୁ ବ୍ୟବହାର କରୁଛନ୍ତି ।

ସାଇବର୍ ସିକ୍ୟୁରିଟି କମ୍ପାନୀ ସର୍ଫସାର୍କ ର ଷ୍ଟଡିରୁ ଏହି ତଥ୍ୟ ସାମନାକୁ ଆସିଛି । ଏଥିରୁ ଜଣାପଡ଼ିଛି ଯେ, ଗ୍ରାବଟ୍ୟାକ୍ସି, ୟାଣ୍ଡେକ୍ସ ଗୋ ଓ ଉବର୍ ସବୁଠାରୁ ଅଧିକ ଡାଟା କଲେକ୍ଟ କରିଥାନ୍ତି । ଭାରତୀୟ କମ୍ପାନୀ ଓଲା ବି ପଛରେ ନାହିଁ । ଡାଟା ସଂଗ୍ରହ କରିବା ମାମଲାରେ ଓଲା ଷଷ୍ଠ ସ୍ଥାନରେ ରହିଛି । ରାପିଡୋ ମଧ୍ୟ ତୁଳନାତ୍ମକ ଭାବେ ଆଗରେ ଚାଲିଛି ।

ତେବେ ଦିଆଯାଇଥିବା ସୂଚନା ମୁତାବକ, ଏହି ରାଇଡିଂ ଆପ୍ ଗୁଡ଼ିକ ଥାର୍ଡ ପାର୍ଟିକୁ ନାମ, ଠିକଣା, ମୋବାଇଲ୍ ନମ୍ବର, ଇମେଲ୍ ଭଳି ତଥ୍ୟ ବିକ୍ରି କରୁଛି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଉବର୍ ଓ ଲିଫ୍ଟ ଭଳି କିଛି ଆପ୍ ଜାତି, ରଙ୍ଗ, ଗର୍ଭବତୀ, ଯୌନ ଆଭିମୁଖ୍ୟ, ଚାଇଲ୍ଡବର୍ଥ ତଥ୍ୟ, ବାୟୋମେଟ୍ରିକ୍ ଡାଟା ଭଳି ସମ୍ବେଦଳଶୀଳ ଡାଟା ସଂଗ୍ରହ କରିଥାନ୍ତି ।

ଏଥିରେ ୟୁଜର୍ ମାନଙ୍କର ମଧ୍ୟ ଭୁଲ ଅନେକ ରହୁଛି । କାରଣ ଆପ୍ କୁ ଇନଷ୍ଟଲ୍ କରିବା ସମୟରେ ସମ୍ବେଦନଶୀଳ ଡାଟା ସଂଗ୍ରହ କରିବା ନେଇ ଅନୁମତି ଦେଇ ୟୁଜର ମାନେ ବଡ଼ ରିସ୍କ ନେଇଥାନ୍ତି । ଏହି କାରଣରୁ ଆପଣ ଯେଉଁଠିକୁ ବି ଯାଆନ୍ତି ନିଜର ଡିଜିଟାଲ୍ ଫୁଟପ୍ରିଣ୍ଟ୍ ଛାଡ଼ିଯାଆନ୍ତି । ଫଳରେ କମ୍ପାନି ଗୁଡ଼ିକୁ ଡାଟା ସଂଗ୍ରହ କରିବାରେ ସୁବିଧା ହୋଇଥାଏ । ଏହା ବ୍ୟତୀତ ଆପଣ କେଉଁ ଲିଙ୍କ୍ ସବୁକୁ କ୍ଲିକ୍ କରୁଛନ୍ତି, ଏହା ମଧ୍ୟ କମ୍ପାନୀ ଜାଣିପାରିଥାଏ ।

Get real time updates directly on you device, subscribe now.