fbpx

PGCILରେ ଏହି ପଦରେ ବିନା ପରୀକ୍ଷାରେ କରିପାରିବେ ଚାକିରି, କରନ୍ତୁ ଏହି କାମ

ପାୱାରଗ୍ରୀଡ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍(ପିଜିସିଆଇଏଲ)ରେ ଚାକିରି କରିବା ପାଇଁ ଚାହୁଥିବା ଆଶାୟୀଙ୍କ ପାଇ ଭଲ ସୁଯୋଗ । କାରଣ ପିଜିସିଆଇଏଲ ଆସିଷ୍ଟାଣ୍ଟ ଇଞ୍ଜିନିୟର ଟ୍ରେନୀ(AET) ପଦରେ ଆବଦେନ ଗ୍ରହଣ କରୁଛି । ଇଚ୍ଛୁକ ତଥା ଯୋଗ୍ୟ ଆଶାୟୀ ଏହି ପଦରେ ଆବେଦନ କରିବା ପାଇଁ ଚାହୁଛନ୍ତି, ସେମାନେ ଅଫିସିଆଲ ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ । ଏହି ସବୁ ପଦରେ ଆବେଦନ କରିବା ପାଇଁ ଫେବୃଆରୀ ୨୦ ଶେଷ ତାରିଖ ରହିଛି । ସମୁଦାୟ ୧୦୫ ପଦରେ ଆବେଦନ ପାଇଁ ବିଜ୍ଞପ୍ତି ଜାରି ହୋଇଛି ।

ଏହି ସବୁ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି:

AET କମ୍ପ୍ୟୁଟର ସାଇନ୍ସ- ୩୭

AET ଇଲେକ୍ଟ୍ରିକାଲ-୬୦

AET ସିଭିଲ-୪

AET ଇଲେକ୍ଟୋନିକ୍ସ-୪

ଯୋଗ୍ୟତା ଏବଂ ବୟସ ସୀମା:

ଆଶାୟୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ବି.ଇ/ବି ଟେକ୍/ ବିଏସ ସି(Engg) ରେ ଡିଗ୍ରୀରେ ୬୦ % ମାର୍କ ରଖିଥିବା ଆବଶ୍ୟକ । ଆଶାୟୀଙ୍କ ବୟସ ସୀମା ୨୮ ବର୍ଷ ହୋଇଥିବା ଆବଶ୍ୟକ ।

ଆଶାୟୀ ଏହି ଲିଙ୍କ ଦ୍ୱାରା ଆବେଦନ କରିପାରିବେ https://www.powergrid.in/recruitment-post-assistant-engineer-assistant-through-gate-2021କିମ୍ବା ଏହି ଲିଙ୍କ ଦ୍ୱାରା ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ । https://careers.powergrid.in/cc-aet-2022/docs/Ad.pdf

ତେବେ ଆବେଦନ କରିବା ପୂର୍ବରୁ ଭଲ ଭାବରେ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

Get real time updates directly on you device, subscribe now.