fbpx

ବଜେଟ୍ ୨୦୨୨-୨୩: ଡିଜିଟାଲ କରେନ୍ସି ଆୟ ଉପରେ ଲାଗୁହେବ ୩୦ ପ୍ରତିଶତ ଟ୍ୟାକ୍ସ

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଦେଶରେ କରୋନା ଲହର ଜାରି ରହିଥିବାରୁ ଚଳିତ ଥର ଅର୍ଥମନ୍ତ୍ରୀ ପେପରଲେସ୍ ବଜେଟ୍ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହା ଚତୁର୍ଥ ବଜେଟ ହୋଇଥିବା ବେଳେ ଦେଶର ଜିଡିପି ଅଭିବୃଦ୍ଧି ୯.୨୭ ରହିବା ନେଇ ଅନୁମାନ କରାଯାଉଛି ।

ବିଟକଏନ ଭଳି ଭର୍ଚୁଆଲ କରେନି୍ସ ଉପରେ ପ୍ରତିବନ୍ଧକ ଲାଗୁ ହେବ କି ବୈଧ କରାଯିବ ସେନେଇ କୌଣସି ବିଚାର କରାଯାଇନାହିଁ । ମାତ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ କରେନ୍ସି ଲଞ୍ଚ କରିବ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହି ଡିଜିଟାଲ କରେନ୍ସିର ନାମ ରହିବ ‘ଡିଜିଟାଲ ରୁପି’ । ବଜେଟ ପୂର୍ବରୁ ଆଗତ ହୋଇଥିବା ଅର୍ଥନୈତିକ ସର୍ଭେରେ କ୍ରିପ୍ଟୋକରେନ୍ସି ଉପରେ କିଛି କୁହାଯାଇ ନଥିଲା । ଡିଜିଟାଲ କରେନ୍ସି ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଲାଗୁହେବ । ଦେଶରେ ଗତ ଏକ ବର୍ଷ ଧରି କ୍ରିପ୍ଟୋ କାରବାର ଅହେତୁକ ଭାବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.