fbpx

IPL ୨୦୨୨: ମେଗା ଅକ୍ସନରେ ସାମିଲ ହେଲେ ଦୁଇ ଓଡିଆ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା । ଚଳିତ ବର୍ଷ ହେବାକୁ ଥିବା ମେଗା ଅକ୍ସନକୁ ନେଇ ଏବେ ଖୁବ ଚର୍ଚ୍ଚା । ଏଥିମଧ୍ୟରେ ବିସିସିଆଇ ଜାରି କରିଛି ୫୯୦ ଜଣ କ୍ରିକେଟରଙ୍କ ଲିଷ୍ଟ । ଯେଉଁମାନଙ୍କୁ ନେଇ ମେଗା ଅକ୍ସନରେ ହେବ ଜୋରଦାର ଟକ୍କର । ତେବେ ଏହି ଖେଳାଳୀମାନଙ୍କ ଭିତରେ ରହିଛି ୨ ଓଡିଆଙ୍କ ନାମ । ଓଡିଶା କ୍ରିକେଟ ଆସୋସିଏସନର ଦୁଇ ଷ୍ଟାର ଖେଳାଳୀ ଶୁଭ୍ରାଂଶୁ ସେନାପତି ଏବଂ ଅଭିଶେକ ରାଉତ ଚଳିତ ବର୍ଷ ମେଗା ଅକ୍ସନରେ ସାମିଲ ହେବେ ।

ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ ପାଇଁ ଏବେ ଆଇପିଏଲର ମେଗା ଅକ୍ସନରେ ପହଞ୍ଚି ପାରିଛନ୍ତି ଉଭୟ ଖେଳାଳି । ଓଡିଶା ତରଫରୁ ୩୪ଟି ଫାଷ୍ଟ କ୍ଲାସ ମ୍ୟାଚ ଖେଳି ୩୭.୮୩ ହାରରେ ୧୮୫୪ ରନ ସଂଗ୍ରହ କରିଥିବା ଶୁଭ୍ରାଂଶୁଙ୍କ ଉପରେ ରହିଛି କ୍ୟାପ୍ଟେନ କୁଲ ମାହିଙ୍କ ନଜର । ଯେଉଁଥିରେ ସାମିଲ ରହିଛି ୭ ଅର୍ଦ୍ଧଶତକ ଏବଂ ୫ଟି ଶତକ । ଲିଷ୍ଟ ଏ କ୍ୟାରିୟରରେ ମଧ୍ୟ ଶୁଭ୍ରାଂଶୁଙ୍କ ନାଁରେ ରହିଛି ଦମଦାର ରେକର୍ଡ । ୨୨ଟି ମ୍ୟାଚରେ ମ୍ୟାଚରୁ ୩୪.୩୧ ହାରରେ ୫୪୯ ରନ ସଂଗ୍ରହ କରିଥିବା ବେଳେ ଏଥିରେ ଦୁଇଟି ଅର୍ଦ୍ଧଶତକ ଏବଂ ଗୋଟିିଏ ଶତକ ସାମିଲ ରହିଛି । ସେହିପରି ୨୧ ଟି-ଟ୍ୱେଣ୍ଟି ମ୍ୟାଚରୁ ୨୯.୩୫ ହାରରେ ଏବଂ ଦୁଇଟି ଅର୍ଦ୍ଧଶତକ ସହିତ ୪୯୯ ରନ ସଂଗ୍ରହ କରିଛନ୍ତି ଶୁଭ୍ରାଂଶୁ ।

ଶୁଭ୍ରାଂଶୁଙ୍କ ବ୍ୟତୀତ ମେଗା ଅକ୍ସନରେ ଅଭିଶେକଙ୍କ ନାମ ମଧ୍ୟ ରହିଛି । ତେବେ ଅକ୍ସନରେ ଅଭିଶେକଙ୍କୁ ଟାର୍ଗେଟ କରି ପାରନ୍ତି ଅନେକ ଫ୍ରାଞ୍ଚାଇଜି । ଅଲରାଉଣ୍ଡର ଭାବରେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ କମାଲ କରିପାରନ୍ତି ଅଭିଶେକ । ୧୪ଟି ଫାଷ୍ଟ କ୍ଳାସ ମ୍ୟାଚରେ ଅଭିଶେକ ୩୧.୮୫ ହାରରେ ୬୩୭ ରନ ସଂଗ୍ରହ କରିଛନ୍ତି । ଏହି ପାଳିଗୁଡିକ ମଧ୍ୟରେ ରହିଛି ଗୋଟିଏ ଶତକ ଏବଂ ୩ଟି ଅର୍ଦ୍ଧଶତକ । ଏହା ବ୍ୟତୀତ ୩.୫୯ ଇକୋନୋମୀ ସହିତ ୮ଟି ୱିକେଟ ମଧ୍ୟ ହାସଲ କରିଛନ୍ତି । ୨୭ଟି ଲିଷ୍ଟ ଏ ମ୍ୟାଚରୁ ଗୋଟିଏ ଅର୍ଦ୍ଧଶତକ ସହ ୫୧୭ ରନ ଏବଂ ୧୮ ୱିକେଟ ତାଙ୍କ ନାମରେ ରହିଛି । ଟି-୨୦ରେ ମଧ୍ୟ ଦଳ ପାଇଁ ଅନେକ କମାଲ କରିଛନ୍ତି । ୫୦ଟି ମ୍ୟାଚରୁ ୪୧୯ ରନ ଏବଂ ୧୫ଟି ୱିକେଟ ନେଇଛନ୍ତି ଅଭିଶେକ । ଜଣେ ଅଲରାଉଣ୍ଡର ଭାବେ ତାଙ୍କ ଉପରେ ଅନେକ ଦଳ ଟାର୍ଗେଟ କରିପାରେ ବୋଲି ଆଶା ରହିଛି ।

 

Get real time updates directly on you device, subscribe now.