fbpx

ନଗଡାରେ ଜୋରଦାର ଚାଲିଛି ପ୍ରଚାର: କିଏ ମାରିବ ବାଜି?

ଯାଜପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି । ସେତେ ବଢୁଛି ପ୍ରାର୍ଥୀଙ୍କୁ ନେଇ ଚାଲିଥିବା ଅଙ୍କକଷା । ବିଜୟ ପାଇଁ ନୂଆ ନୂଆ କୌଶଳ ଆପଣାଉଛନ୍ତି ପ୍ରାର୍ଥୀ । ତେବେ ଯାଜପୁର ଜିଲ୍ଲାରେ ନିର୍ବାଚନ ପୂର୍ବରୁ ସମସ୍ତଙ୍କ ଫୋକସ ଏବେ ରହିଛି ଅପପୁଷ୍ଟି ଜନିତ ଅଞ୍ଚଳ ନଗଡା । ଏହି ଅଞ୍ଚଳରେ କିଏ ମାରିବ ବାଜି? କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ? ସେ ନେଇ ଆରମ୍ଭ ହୋଇଛି ଗଣନା । ସେପଟେ ବିଗତ ଦିନରେ ଅଞ୍ଚଳର ବିକାଶକୁ ଦେଖି ପ୍ରାର୍ଥୀ ଚୟନ କରିବେ ବୋଲି କହିଛନ୍ତି ନଗଡାବାସୀ ।

ନିର୍ବାଚନ ପୂର୍ବରୁ ଚଳଚଞ୍ଚଳ ହୋଇ ଉଠିଛି ନଗଡା । ଏଠାକାର ବାସିନ୍ଦା କାହାକୁ ଦେବେ ଦାୟିତ୍ୱ? କିଏ ଏଠି ପିନ୍ଧିବ ମୁକୁଟ? ସେ ନେଇ ଜୋର ଧରିଛି ଚର୍ଚ୍ଚା । ସେଥିପାଇଁ ଏଡି ଅଞ୍ଚଳକୁ ଏବେ ପ୍ରାର୍ଥୀମାନଙ୍କର ସୁଅ ଛୁଟିଛି । ବିଗତ ବର୍ଷରେ ନଗଡାର ବିକାଶକୁ ହତିଆର କରି ବିଜେଡି ତୟାର ହେଉଥିବା ବେଳେ ଅନ୍ୟ ଦଳ ମଧ୍ୟ ଖୁବ ଚେଷ୍ଟା ଚଳାଇଛନ୍ତି । ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତର ଗୋଟିଏ ୱାର୍ଡ ନଗଡାକୁ ନେଇ ସରଗରମ ହୋଇଛି ରାଜନୀତି । ୪୧୦ ଭୋଟରଙ୍କ ହାତରେ ଏଠାକାର ପ୍ରାର୍ଥୀମାନଙ୍କର ଭାଗ୍ୟ । ୨୦୧୬ରେ ନଗଡାର ନଗ୍ନ ଚିତ୍ର ସାମନାକୁ ଆସିବା ପରେ ବିକାଶ ପାଇଁ ଆଗଭର ହୋଇଥିଲେ ଓଡିଶା ସରକାର । ତେବେ ବାକି ଥିବା ଆଉ କିଛି ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇ ଭୋଟରମାନଭ୍କ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ ।

Get real time updates directly on you device, subscribe now.