ନୂଆଦିଲ୍ଳୀ: ୱେଷ୍ଟଇଣ୍ଡିଜ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଝଟକା । ଭାରତୀୟ ଦଳର ଏକାଧିକ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅହମ୍ମଦାବାଦରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବାକୁ ଭାରତୀୟ ଦଳ ରହିଥିବା ବେଳେ ଖେଳାଳି ମାନେ ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ଆସନ୍ତା ୬ ତାରିଖରୁ ଭାରତୀୟ ଦଳ ପ୍ରଥମ ଦିନିକିଆ ଖେଳିବାକୁ ଯାଉଛି । ତେବେ ପ୍ରଥମ ଦିନିକିଆ ପୂର୍ବରୁ ହୋଇଥିବା କୋଭିଡ ଟେଷ୍ଟରେ ଏକାଧିକ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି ।
ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଦୁଇ ଓପ୍ନର ଶିଖର ଧୱନ ଏବଂ ଋତୁରାଜ ଗାଏକ୍ୱାଡଙ୍କୁ କରୋନା ହୋଇଥିବା କୁହାଯାଉଛି । ତେବେ ବିସିସିଆଇ ପକ୍ଷରୁ ଆଧିକାରିକ ଭାବରେ କୌଣସି ଘୋଷଣା କରାଯାଇନାହିଁ । ବିସିସିଆଇ ମେଡିକାଲ ଟିମ ପକ୍ଷରୁ ଏସମ୍ପର୍କରେ ଘୋଷଣା କରାଯିବ ।
ଦିନିକିଆ ଦଳ:
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶିଖର ଧାଓ୍ଵନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଦୀପକ ହୁଡ୍ଡା, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଅଭେଶ ଖାନ।
ଟି-୨୦ ଦଳ:
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଭଷ ପନ୍ତ(ଓ୍ଵିକେଟ୍ କିପର), ଭେଙ୍କଟେଶ ଆୟର, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ରବି ବିଶ୍ନୋଇ, ଅକ୍ଷର ପଟେଲ୍, ୟୁଜବେନ୍ଦ୍ର ଚହଲ, ଓ୍ଵାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ଭୁବନେଶ୍ଵର କୁମାର, ଅଭେଶ ଖାନ, ହର୍ଷଲ ପଟେଲ୍।