fbpx

(Video) ସୌମ୍ୟଙ୍କର ଦୁଇଜଣ ଗାର୍ଲଫ୍ରେଣ୍ଡ ଥିଲେ, ସୋନାଲିଙ୍କ ଫୋନ୍ ସ୍ୱିଚ୍ ଅଫ୍ ଥିଲେ ଅସମ୍ଭାଳ ହୋଇପଡ଼ୁଥିଲେ ସୌମ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ବ୍ୟବସାୟୀ ତଥା ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ନେଇ ଖୋଲୁଛି ନୂଆ ନୂଆ ଗୁମର । ସୌମ୍ୟ ସୁଇସାଇଡ୍ ନୋଟରେ ତାଙ୍କର ପ୍ରେମିକା ସୋନାଲିଙ୍କ ନାମ ଉଲ୍ଲେଖ କରିଥିବାରୁ ସମସ୍ତଙ୍କର ଟାର୍ଗେଟରେ ସେ ଥିଲେ । ସୌମ୍ୟଙ୍କୁ ସୋନାଲି ନିର୍ଯାତନା ଦେବା ସହ ପରୋକ୍ଷ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ ସୌମ୍ୟଙ୍କ ପରିବାରବର୍ଗ । ତେବେ ଏହି ଘଟଣାରେ ସୋନାଲିଙ୍କ ପିତା ଦେଇଛନ୍ତି ଏକ ଚାଞ୍ଚଲ୍ୟକର ବୟାନ ।

ସେ କହିଛନ୍ତି ଯେ, ମୋ ଝିଅ ସହ ସମ୍ପର୍କ ପୂର୍ବରୁ ସୌମ୍ୟଙ୍କର ଆଉ ଦୁଇଜଣ ଗାର୍ଲଫ୍ରେଣ୍ଡ ଥିଲେ । କୌଣସି କାରଣରୁ ସେମାନଙ୍କ ସହ ସମ୍ପର୍କ ବିଚ୍ଛିନ୍ନ ହେବା ପରେ ସୌମ୍ୟ ମୋ ଝିଅ ଆଡ଼କୁ ଢଳିଥିଲେ । ଦୁହିଁଙ୍କର ମିଳାମିଶା ବିଷୟରେ ମୁଁ ଜାଣିଥିଲି । ପାଖାପାଖି ୧୦ ମାସ ହେଲା ଦୁହେଁ ପରସ୍ପରକୁ ଭଲ ପାଉଥିଲେ । ସୌମ୍ୟଙ୍କର ସ୍ୱଭାବକୁ ନେଇ ଆମେ ଚିନ୍ତିତ ଥିଲୁ । ମୋ ଝିଅ ଜଣେ କଣ୍ଠଶିଳ୍ପୀ ହୋଇଥିବାରୁ ସେ ଅଧିକାଂଶ ସମୟରେ ପ୍ରୋଗ୍ରାମରେ ଯାଇଥାଏ । ଯଦି କୌଣସି ସମୟରେ ଝିଅର ମୋବାଇଲ ସ୍ୱିଚ ଅଫ୍ ଥିବ, ତେବେ ସୌମ୍ୟ ଅସମ୍ଭାଳ ହୋଇ ପଡ଼ୁଥିଲେ । ମୋ ଝିଅ ସୌମ୍ୟଙ୍କ ବାପା-ମାଆଙ୍କୁ ଏ ବିଷୟରେ ଅବଗତ କରିଥିଲା । ଥରେ ସୋନାଲି ପୁରୀ ପ୍ରୋଗ୍ରାମରେ ଯାଇଥିବା ସମୟରେ ସୌମ୍ୟ ସେଠାରେ ପହଞ୍ଚି ଯାଇଥିଲେ । ଫେରିବା ସମୟରେ ଦ୍ରୁତବେଗରେ ଗାଡ଼ି ଚଲାଇବା ସହ ମୁଁ ମରିବି ତୁ ବି ମରିବୁ ବୋଲି କହି ସୌମ୍ୟ ମୋ ଝିଅକୁ ଧମକାଇଥିଲେ । ସୌମ୍ୟଙ୍କ ପରିବାର ଓ ଆମ ପରିବାର ଭିତରେ ଆପୋଷ ବୁଝାମଣା ହେଲେ ସବୁକିଛି ସମାଧାନ ହୋଇପାରନ୍ତା ।

Get real time updates directly on you device, subscribe now.