fbpx

୨୦୨୩ରେ ନିଜସ୍ୱ Crypto Currency ଲଞ୍ଚ କରିବେ ଭାରତ ସରକାର: ନିବେଶକଙ୍କୁ ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଳୀ: ଚଳିତ ବଜେଟରେ ସରକାରଙ୍କ ପକ୍ଷରୁ ନିଜସ୍ୱ କ୍ରିପ୍ଟୋ କରେନ୍ସି ସମ୍ପର୍କରେ ଘୋଷଣା କରାଯାଇଥିଲା । ଏହା ସହିତ ଖୁବ ଶୀଘ୍ର ଭାରତ ସରକାରଙ୍କ ପକ୍ଷରୁ ନିଜର କ୍ରିପ୍ଟୋ କରେନ୍ସି ଲଞ୍ଚ କରାଯିବ । ଆସନ୍ତା ୨୦୨୩ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଡିଜିଟାଲ କରେନ୍ସି ଲଞ୍ଚ କରାଯିବ । ଏହା ଏକ ଇଲେକ୍ଟ୍ରୋନିକ୍ ୱାଲେଟ ପରି ରହିବ । ତେବେ ପ୍ରଥମ କ୍ରିପ୍ଟୋ କରେନ୍ସି ଭାବରେ ଏଥିରେ ସରକାରୀ ଗ୍ୟାରେଣ୍ଟୀ ପ୍ରଦାନ କରାଯିବ ।

ବର୍ତ୍ତମାନ ପ୍ରଚଳିତ ମୁଦ୍ରା ପରି ଏହା କାମ କରିବ । ପ୍ରଚଳିତ ମୁଦ୍ରାର ଡିଜିଟାଲ ରୂପ ରହିବ ଏହି ଟଙ୍କା । ଆସନ୍ତା ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ଏହି ଡିଜିଟାଲ କରେନ୍ସି ଲଞ୍ଚ କରିବ ଆରବିଆଇ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହାକୁ ବିକଶିତ କରାଯାଉଥିବା ବେଳେ ଏହାର ଦେଣ ନେଣକୁ ସହଜରେ ଟ୍ରାକ କରାଯାଇପାରିବ । ଏହା ସହିତ ଆପଣଙ୍କ ଫୋନରେ ହିଁ ଏହି ଡିଜିଟାଲ ମୁଦ୍ରା ଗଚ୍ଛିତ ରହିବ । କୌଣସି ଟ୍ରାଞ୍ଜାକ୍ସନ ହେଲେ ଏହା ଆରବିଆଇ ଜରିଆରେ ହିଁ ହେବ । କୌଣସି କମ୍ପାନୀକୁ ପଇସା ସ୍ଥାନାନ୍ତର ହେବା ପୂର୍ବରୁ ଆରବିଆଇ ଏହାର ଯାଞ୍ଚ କରିବ । ଏହା ଇ-ୱାଲେଟକୁ ସରକାରୀ ଗ୍ୟାରେଣ୍ଟୀ ପ୍ରଦାନ କରିବ ।

Get real time updates directly on you device, subscribe now.