fbpx

ପଞ୍ଜାବ ନିର୍ବାଚନ ପୂର୍ବରୁ ପାରୋଲରେ ଆସିବ ରାମ ରହିମ୍, ୩ ସପ୍ତାହର ମିଳିବ ଛୁଟି

ପଞ୍ଜାବ ନିର୍ବାଚନ ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ଜେଲରୁ ବାହାରକୁ ଆସିବ । ଦୁଇ ଶିଷ୍ୟାଙ୍କ ସହ ବଳାକ୍ରାର ମାମଲାରେ ବର୍ତ୍ତମାନ ରୋହତକ ର ସୁନାରିଆ ଜେଲରେ ସଜା କାଟୁଥିବା ରାମ ରହିମଙ୍କୁ ତିନି ସପ୍ତାହ ଛୁଟି ଦିଆଯାଇଛି । ଏହା ପୂର୍ବରୁ ତାଙ୍କୁ ନିଜ ଅସୁସ୍ଥ ମା’ଙ୍କୁ ଦେଖାକରିବାକୁ ଅନେକ ଥର ଆପାତକାଳୀନ ପାରୋଲ ଦିଆଯାଇଛି ।

ତେବେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାମ ରହିମର ପାରୋଲକୁ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ଭାବରେ ଦେଖାଯାଉଛି, ପଞ୍ଜାବରେ ୨୦ ଫେବୃଆରୀରେ ମତଦାନ ହେବାକୁ ଯାଉଛି । ସିରସା ସ୍ଥିତ ଡେରା ସଚ୍ଚା ସୌଦା ମୁଖ୍ୟଙ୍କ ପଞ୍ଜାବରେ ଅନେକ ବିଧାନସଭା ସିଟ୍ ଉପରେ ପ୍ରଭାବ ରହିଛି ।

ସେପଟେ ହରିୟାଣାର ଜେଲ ମନ୍ତ୍ରୀ ରଞ୍ଜୀତ ସିଂହ ଚୌଟାଲା କହିଛନ୍ତି ଯେ ଆଇନ ଅନୁଯାୟୀ ସବୁ କଏଦୀଙ୍କୁ ପାରୋଲର ଅଧିକାର ଅଛି ଏହା ରାମ ରହିମ ଉପରେ ମଧ୍ୟ ଲାଗୁ ହେଉଛି । ହରିୟାଣା ପ୍ରଧାନମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ କହିଛନ୍ତି ଯେ ଗୁରମୀତ ରାମ ରହିମଙ୍କୁ ପାରୋଲ ଦିଆଯିବାର, ନିର୍ବାଚନ ସହ କୌଣସି ସଂପର୍କ ନାହିଁ । ସେ ଆହୁରି କହିଛନ୍ତି ଏହା ସଂପୂର୍ଣ୍ଣ ନ୍ୟାୟିକ ପ୍ରକ୍ରିୟା ଅନୁସାରେ ପାରୋଲ ମିଳିଛି । ସେ କହିଛନ୍ତି ଯେହେତୁ ରାମ ରହିମ ୩ ବର୍ଷ ସଜା କାଟି ସାରିଛି । ତେଣୁ ସେ ପାରୋଲ ପାଇଁ ଆବେଦନ କରିଥିଲା । ସୁବକିଛି ଆଇନ ଅନୁଯାୟୀ ହୋଇଛି ।

Get real time updates directly on you device, subscribe now.