fbpx

ମେଗା ଅକ୍ସନ ପୂର୍ବରୁ ମଇଦାନକୁ ଓହ୍ଲାଇଲେ ମାହି: IPL ୨୦୨୨ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି

ନୂଆଦିଲ୍ଲୀ: ସବୁବେଳେ କିଛି ନୂଆ କରି ଚର୍ଚ୍ଚାରେ ରହିଥାନ୍ତି ଭାରତର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ । ଏବେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି ମ୍ୟାଚ ପ୍ରାକ୍ଟିସକୁ ନେଇ । IPL ୨୦୨୨ ମେଗା ଅକ୍ସନକୁ ଆହୁରି ୫ ଦିନ ବାକି ଥିବା ବେଳେ ଧୋନୀ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଯାହାର ଭିଡିଓ ସୋଶଲ ମିଡିଆରେ ଅପଲୋଡ ହେବା ପରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଦେଖି ଚଳିତ ସିଜନରେ ତାଙ୍କ ବ୍ୟାଟରୁ ବଡ ବଡ ସଟ ଦେଖିବାକୁ ମିଳିବ ବୋଲି ଆଶା କରିଛନ୍ତି କ୍ରିକେଟପ୍ରେମୀ ।

 

ଚଳିତ IPLରେ ଦୁଇଟି ନୂଆ ଟିମ ଲକ୍ଷେ୍ନø ଏବଂ ଅହମ୍ମଦାବାଦ ଭାଗ ନେଉଥିବାରୁ ଏହି ସିଜନରେ ୬୦ ବଦଳରେ ୭୪ଟି ମ୍ୟାଚ ଖେଳାଯିବ । ତେଣୁ ସିଜନ ଅତ୍ୟନ୍ତ ରୋମାଞ୍ଚକ ଏବଂ ଚାଲେଞ୍ଜପୂର୍ଣ୍ଣ ରହିବ । ସେଥିପାଇଁ ନିଜ ଫର୍ମକୁ ଆଖି ଆଗରେ ରଖି ମାହି ଏବେଠୁ ପ୍ରାକ୍ଟିସ ଆରମ୍ଭ କରି ଦେଇଛନ୍ତି ।

Get real time updates directly on you device, subscribe now.