fbpx

ଅନ୍ତିମ ଦିନିକିଆ: ପ୍ରତ୍ୟାବର୍ତ୍ତନରେ ଆୟର ଓ ପନ୍ତଙ୍କ ଅର୍ଦ୍ଧଶତକ; ୨୬୬ ରନର ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଅନ୍ତିମ ଦିନିକିଆରେ ରନର ଟାର୍ଗେଟ ଦେଇଛି ଭାରତ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୨୬୬ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲା । ଭାରତ ପକ୍ଷରୁ ପ୍ରତ୍ୟାବର୍ତ୍ତନ କାରୀ ଶ୍ରେୟସ ଆୟର ସର୍ବାଧିକ ୮୦ ରନର ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଋଷଭ ପନ୍ତ ୫୬ ରନ କରିଥିଲେ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜାସନ ହୋଲ୍ଡର ସର୍ବାଧିକ ୪ଟି ୱିକେଟ ନେଇଥିଲେ ।

୪ଟି ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଇଥିବା ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳୀୟ ସ୍କୋର ୧୬ରେ ଉଭୟ ରୋହିତ ଶର୍ମା ଏବଂ ବିରାଟ କୋହଲି ପ୍ୟାଭିଲିୟନ ଫେରିଥିଲେ । ୪୨ ରନରେ ଶିଖର ଧୱନଙ୍କ ୱିକେଟ ପତନ ପରେ ପନ୍ତ ଓ ଆୟରଙ୍କ ମଧ୍ୟରେ ୧୧୦ ରନ ପାର୍ଟନରଶିପ୍ ହୋଇଥିଲା । ଶ୍ରେୟସ ଆୟର ୧୧୧ ବଲ ଖେଳି ୯ଟି ଚୌକା ସହିତ ୮୦ ରନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପନ୍ତ ୫୪ ବଲ୍ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଶେଷ ଆଡକୁ ୱାଶିଂଟନ୍ ସୁନ୍ଦର(୩୩) ଓ ଦୀପକ ଚହରଙ୍କ ଦ୍ରୁତ ୩୮ ରନ ବଳରେ ଭାରତ ୨୬୦ ରନ ପାର କରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ହୋଲ୍ଡର ୩୪ ରନରେ ୪ଟି ୱିକେଟ ନେଇଥିବା ବେଳେ ଆଲଜାରି ଯୋଶେଫ୍ ଓ ୱାଲ୍ସ ହେଡନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ ।ଓଡିନ୍ ସ୍ମିଥ୍ ଓ ଫାବିଏନ ଆଲେନ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.