ମମିତା ମେହେର ହତ୍ୟା ମାମଲା: ଚାର୍ଜସିଟ୍ ଦାଖଲ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର: ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ । ସିନେ୍ଧକେଲା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ବଲାଙ୍ଗିର ପୋଲିସ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭର ରାଧେ ନାଁରେ ଚାର୍ଜସିଟ୍ । କୋର୍ଟ ଚାଲାଣର ୧୨୦ ଦିନ ପୂର୍ବରୁ ଚାର୍ଜସିଟ ଦାଖଲ କଲା ପୋଲିସ୍ । ଆସନ୍ତା ୧୫ ରେ ଗୋବିନ୍ଦ ସାହୁ କୋର୍ଟ ଚାଲାଣକୁ ୧୨୦ ଦିନ ପୁରିଥାନ୍ତା ।

ଉଲ୍ଲେଖଯୋଗ୍ୟ, ବଲାଙ୍ଗିର ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ, ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁକୁ ପୋଲିସ ଗିରଫ ମଧ୍ୟ କରିଥିଲା । ସେପଟେ ବିରୋଧୀ ଏହାକୁ ପ୍ରସଙ୍ଗ କରି ବିକ୍ଷୋଭ କରିବା ସହ ବାରମ୍ବାର ବିଧାନସଭା ଅଚଳ କରାଇଥିଲେ । ଏମିତିକି ଘଟଣାରେ ଗୃହମନ୍ତ୍ରୀଙ୍କ ସଂପୃକ୍ତି ଦର୍ଶାଇ ବହିଷ୍କାର ମଧ୍ୟ ଦାବି କରିଥିଲେ ।

 

Get real time updates directly on you device, subscribe now.