(Video) କଫସିରପ ପିଇ ଅସୁସ୍ଥ ହେଲେ ପ୍ରେମିକା: ଭାଲେଣ୍ଟାଇନ ସପ୍ତାହ ପାଳନ କରିବାକୁ ଆସିଥିବାବେଳେ ଅଘଟଣ

ଚାଲିଛି ପ୍ରେମ ସପ୍ତାହ, ଅର୍ଥାତ୍ ଭାଲେଣ୍ଟାଇନ୍ସ ୱିକ୍ । ଆଉ ଏହି ପ୍ରେମ ସପ୍ତାହକୁ ପାଳନ କରିବା ପାଇଁ ତାଳଚେରରୁ ପୁରୀ ଆସିଥିଲେ ପ୍ରେମୀ ଯୁଗଳ । ଆଉ କୌଣସି କାରଣରୁ ଝଗଡ଼ା ହୋଇଥିଲା ଉଭୟଙ୍କ ମଧ୍ୟରେ ଶେଷରେ ପ୍ରେମିକା ଜଣକ ପିଇଦେଇଥିଲେ କଫସିରପ୍ । ଆଉ ଅସୁସ୍ଥା ଅବସ୍ଥାରେ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି ।

ଭାଲେଣ୍ଟାଇନ ସପ୍ତାହ କାଟିବା ପାଇଁ ତାଳଚେରରୁ ପୁରୀ ଆସିଥିଲେ ଏହି ପ୍ରେମୀଯୁଗଳ । ଆଉ ପୁରୀର ଏକ ହୋଟେଲରେ ରହିଥିଲେ ଏହି ପ୍ରେମୀ ଯୁଗଳ । ହେଲେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ପ୍ରେମିକା ଜଣକ କଫସିରପ ପିଇ ଦେଇଥିଲେ । ଆଉ ଅସୁସ୍ଥ ହୋଇଯାଇଥିଲେ ପ୍ରେମିକ । ଆଉ ସଂଙ୍ଗେ ସଂଙ୍ଗେ ପ୍ରେମିକ ପ୍ରେମିକାକୁ ସେହି ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଧରି ଦୌଡ଼ି ଆସିଲେ । ଚିକିତ୍ସା ପରେ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି ।

ତେବେ ଭାଲେଣ୍ଟାଇନ ସପ୍ତାହ ପାଳିବାକୁ ଏହି ଦୁଇ ପ୍ରେମୀ ଯୁଗଳ ପୁରୀ ଆସିଥିବାବେଳେ ପ୍ରଥମେ ରୋଜ ଡେ ଓ ଆସନ୍ତାକାଲି ପ୍ରପୋଜ ଡେ ପାଳିଥିଲେ । ଆଜି ଶ୍ରୀମନ୍ଦିର ଠାରେ ପ୍ରୋମିଜ ଡେ ପାଳି ତାଳଚେର ଫେରିଥାନ୍ତେ । କିନ୍ତୁ ଗତକାଲି କୈାଣସି ଏକ କାରଣକୁ ନେଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଝଗଡା ହୋଇଥିବାରୁ ପ୍ରେମିକା ଜଣକ କଫସିରପ ପିଇ ହସପିଟାଲରେ ପ୍ରେମିକକୁ ନାକେଦମ କରିଥିଲେ । ଆଉ ଆଜିର ‘ପ୍ରମିଜ ଡେ’ ରେ ଏ ଘଟଣା ପରେ ଏହି ପ୍ରେମୀଯୁଗଳ ନିଶ୍ଚିତଭାବେ କିଛି ବଡ଼ ପ୍ରମିଜ କରିବେ । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.