ଭୂତକୁ ବିବାହ କରିବେ ମହିଳା: ରିସେପସନରେ ଯୋଗଦେବେ ମର୍ଲିନ ମୁନରୋ ଓ ସେକ୍ସପିୟର

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ ।  ଇଂଲଣ୍ଡର ଜଣେ ମହିଳା ନିକଟ ଭବିଷ୍ୟତରେ ଜଣେ ଭୂତକୁ ବିବାହ କରିବେ ବୋଲି କହିଛନ୍ତି । ଇଲଣ୍ଡର ଅକ୍ସଫୋର୍ଡଶାୟର୍ରେ ରହୁଥିବା ୩୮ବର୍ଷୀୟା ବ୍ରୋକାଡୋ ଏମିତି ଦାବି କରିଛନ୍ତି । ମହିଳାଙ୍କର ଏପରି କଥା ସମସ୍ତଙ୍କୁ ଆଚମ୍ବିତ କରିଛି । ସେ କହିଚନ୍ତି ‘ମୁଁ ଏଡ୍ୱାଡୋ ନାମକ ଜଣେ ଭୂତକୁ ବିବାହ କରିବାକୁ ଯାଉଛି । ମୁଁ ତାଙ୍କୁ ବହୁତ ଭଲ ପାଏ । ବ୍ରୋକାଡୋ ଯାହାଙ୍କୁ ବିବାହ କରିବେ ସେ, ରାଣୀ ଭିକ୍ଟୋରିଆଙ୍କ ସମୟରେ ଜଣେ ସୈନିକ । ବ୍ରୋକାଡୋ ଜଣେ ଗାୟିକା । ସେ କହିଛନ୍ତି ‘ମୁଁ ଏଡ୍ୱାଡୋଙ୍କୁ ବହୁତ ଭଲ ପାଏ, ସେ ବି ମତେ ଭଲ ପାଉଥିଲେ’ । ଏଡୱାଡୋ ଜଣେ ଚିଡିଚିଡା ସ୍ୱଭାବର ବ୍ୟକ୍ତି ,ଦୁଇଜଣ ମିଶି ବିବାହ ତାରିଖ ସ୍ଥିର କରିବୁ ।

ବ୍ରୋକାଡୋ ଗରମ ଦିନରେ ବିବାହ କରିବାକୁ ଚାହୁଁଥିବାବେଳେ ଏଡ୍ୱାଡୋ ଶୀତ ଦିନେ ବିବାହ କରିବାକୁ ଚାହାନ୍ତି । କାରଣ ସେ ଗରମ ଦିନକୁ ଚିଡନ୍ତି । ଏଡ୍ୱାଡୋ କ୍ରିପ୍ଟକ୍ ମେସେଜ୍ ଜରିଆରେ ତାଙ୍କ ସହ କଥା ହୁଅନ୍ତି । ବ୍ରୋକାଡେ ଗାଧୋଇବା ସମୟରେ ଗରମ ପାଣିର ବାମ୍ଫରେ ଏଡୱାଡୋ ଲେଖି ତାଙ୍କୁ ଜଣାଇଥାନ୍ତି କିମ୍ବା କୌଣସି ଜିନିଷକୁ  ଫିଙ୍ଗି ତାଙ୍କ ସହ କଥା ହୋଇଥାନ୍ତି ବୋଲି ସେ କୁହନ୍ତି । ବ୍ରୋକାଡୋ କହନ୍ତି ‘ଗତବର୍ଷ ମୋ ତକିଆ ପାଖରେ ଏଡୱାଡୋ’ ଗୋଟିଏ ମୁଦି ରଖି ମୋତେ ପ୍ରପୋଜ୍ କରିଥିଲେ । ତା’ ପରେ ବାମ୍ଫରେ ପ୍ରଶ୍ନ ଚିହ୍ନ ଜରିଆରେ ମୋତେ ପଚାରିଥିଲେ ଯେ, କ’ଣ ମୋ ପ୍ରେମ ସ୍ୱୀକାର କରିବ? ଏବେ ବ୍ରୋକାଡୋ ନିଜ ବିବାହ ପାଇଁ ଜୋରଦାର୍ ପ୍ରସ୍ତୁତି ଚଳାଇଛନ୍ତି । ସେ ନିଜ ବିବାହରେ ଦିଂବଗତ ଅଭିନେତ୍ରୀ ମର୍ଲିନ୍ ମୁନ୍ରୋ ଓ ଖ୍ୟାତନାମା ନାଟ୍ୟକାର ୱିଲିୟମ୍ ସେକ୍ସପିୟରଙ୍କୁ ନିମନ୍ତ୍ରଣ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି ।