ନୂଆଦିଲ୍ଳୀ: ଇଣ୍ଡିଆନ ପ୍ରିମିୟର ଲିଗ୍ର ଚଳିତ ସିଜନ ପାଇଁ ଶେଷ ହୋଇଛି ମେଗା ଅକ୍ସନ । ଷ୍ଟାର ଖେଳାଳି ମାନଙ୍କୁ କୋଟି କୋଟି ଟଙ୍କାରେ ନିଜ ଦଳ ସହିତ ସାମିଲ କରିଛନ୍ତି ୧୦ଟି ଟିମ । ତେବେ ଅକ୍ସନରେ ସବୁଠୁ ଅଧିକ ଦାମରେ ଇଶାନ କିଶାନଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ୧୫.୨୫ କୋଟି ଟଙ୍କା ଖର୍ଚ୍ଚ କରି ଇଶାନଙ୍କୁ ଦଳକୁ ଫେରାଇ ଆଣିଛି ମୁମ୍ବାଇ ପଲଟନ । କିନ୍ତୁ ଚଳିତ ସିଜନ ପାଇଁ ଇଶାନ ସବୁଠୁ ଦାମୀ ଖେଳାଳି ନୁହଁନ୍ତି । ଆହୁରି କିଛି ଖେଳାଳି ତାଙ୍କଠୁ ଅଧିକ ଦାମରେ ଅନ୍ୟ ଦଳ ସହ ଯୋଡି ହୋଇଛନ୍ତି । ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ବିଷୟରେ ।
୧. ଋଷଭ ପନ୍ତ
ମୁମ୍ବାଇର ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନଙ୍କ ଠାରୁ ଅଧିକ ଦାମରେ ଦିଲ୍ଲୀ ସହ ଯୋଡି ହୋଇଛନ୍ତି ଋଷଭ ପନ୍ତ । ଇଶାନ ୧୫.୨୫ କୋଟି ଟଙ୍କାରେ କିଣା ହୋଇଥିବା ବେଳେ ଋଷଭ ପନ୍ତଙ୍କୁ ମିଳିଛି ୧୬ କୋଟି ଟଙ୍କାର ଦାମ । ଏଥି ସହିତ ଦଳରେ ଅଧିନାୟକ ପଦ ମଧ୍ୟ ପାଇଛନ୍ତି ଋଷଭ । ତେବେ ଋଷଭଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଚଏସ ଭାବରେ ରିଟେନ କରିଥିଲା ।
୨. ରୋହିତ ଶର୍ମା
ସେହପରି ଇଶାନଙ୍କ ଉପରେ ତାଙ୍କ ନିଜ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ଅଧିକ ଦାମ ମିଳିଛି । ୧୬ କୋଟି ଟଙ୍କାରେ ରୋହିତଙ୍କୁ ନିଜ ଦଳରେ ସାମିଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ରୋହିତଙ୍କୁ ମଧ୍ୟ ପ୍ରଥମ ଆଇକନ ଖେଳାଳିଭାବେ ଦଳରେ ଅଧିନାୟକ ପଦ ଦେଇଥିଲା ମୁମ୍ବାଇ ।
୩. ରବିନ୍ଦ୍ର ଜାଡେଜା
ଏହି କ୍ଷେତ୍ରରେ ପଛରେ ନାହାନ୍ତି ଭାରତର ତଥା ଚେନ୍ନାଇର ଷ୍ଟାର ଅଲରାଉଣ୍ଡର ସାର ଜାଡେଜା । ସିଏସକେ ତରଫରୁ ପ୍ରଥମ ଚଏସ ଭାବରେ ସେ ୧୬ କୋଟି ଟଙ୍କାରେ ଦଳ ସହ ଯୋଡି ହୋଇଛନ୍ତି । ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ପଛରେ ପକାଇ ପ୍ରଥମ ଖେଳାଳି ଭାବେ ଦଳ ପାଇଁ ରିଟେନ ହୋଇଛନ୍ତି ରବିନ୍ଦ୍ର ଜାଡେଜା । ଇଶାନ କିଶାନଙ୍କ ଠାରୁ ତାଙ୍କ ଦାମ ଚଳିତ ସିଜନରେ ୭୫ ଲକ୍ଷ ଅଧିକ ଟଙ୍କା ରହିଛି ।
୪. କେ. ଏଲ ରାହୁଲ
ତେବେ ଚଳିତ ସିଜନରେ ସବୁଠୁ ଅଧିକ ଦାମରେ କିଣା ହୋଇଥିବା ଖେଳାଳି ଜଣକ ହେଉଛନ୍ତି ଭାରତର ସୀମିତ ଓଭର ଟିମର ଉପ ଅଧିନାୟକ ଲୋକେଶ ରାହୁଲ । ରାହୁଲଙ୍କୁ ଦଳରେ ଯୋଡିବା ପାଇଁ ଲକ୍ଷେ୍ନø ସୁପର ଜିଆଣ୍ଟସ ଖର୍ଚ୍ଚ କରିଛି ମୋଟ ୧୭ କୋଟି ଟଙ୍କା । ଗତ ସିଜନର ପ୍ରଦର୍ଶନ ଏବଂ ନେତୃତ୍ୱ ପାଇଁ ସବୁଠୁ ଅଧିକ ଦାମୀ ଖେଳାଳି ପାଲଟିଛନ୍ତି ରାହୁଲ ।