fbpx

୨୪ରୁ ଭାରତ-ଶ୍ରୀଲଙ୍କା କ୍ରିକେଟ୍‌ ସିରିଜ୍‌, ମୋହାଲିରେ ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ କୋହଲି

ମୋହାଲି: ଆଗାମୀ ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜ ଚଳିତ ଫେବୃୟାରୀ ୨୪ରୁ ଆରମ୍ଭ ହେବ । ପ୍ରଥମେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଅନୁଷ୍ଠିତ ହେବ । ଏହା ପରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅନୁଷ୍ଠିତ ହେବ ବୋଲି ମଙ୍ଗଳବାର ଦିନ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ବିସିସିଆଇ ପକ୍ଷରୁ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ଟେଷ୍ଟ ସିରିଜ ଓ ପରେ ଟି-୨୦ ସିରିଜ ଅନୁଷ୍ଠିତ ହେବାର ଥିଲା । ମାତ୍ର ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଅନୁରୋଧ ପରେ ଏହି କାର୍ଯ୍ୟସୂଚୀରେ ବିସିସିଆଇ ପରିବର୍ତ୍ତନ କରି ପ୍ରଥମେ ଟି-୨୦ ସିରିଜ ଅନୁଷ୍ଠିତ ହେବ ବୋଲି ସ୍ଥିର କରିଛି ।

ଏହି କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜାବର ମୋହାଲିରେ ପ୍ରଥମ ଟେଷ୍ଟ ଓ ମାର୍ଚ୍ଚ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରରେ ଦ୍ୱିତୀୟ ଟେଷ୍ଟ ଅନୁଷ୍ଠିତ ହେବ । ତେବେ ମୋହାଲିରେ ବିରାଟ କୋହଲି ଜୀବନର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବାକୁ ଥିବା ବେଳେ ବେଙ୍ଗାଲୁରରେ ଉଭୟ ଦଳ ଖେଳିବେ ଦିବାରାତ୍ର ଟେଷ୍ଟ ମ୍ୟାଚ । ଚଳିତ ଫେବୃୟାରୀ ମାସ ୨୪ ତାରିଖରେ ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜର ପ୍ରଥମ ମ୍ୟାଚ ଓ ହିମାଚଳ ପ୍ରଦେଶର ଓର୍ମଶାଳାରେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ ଅନୁଷ୍ଠିତ ହେବ ବୋଲି ବିସିସିଆଇ ଆଜି ନିଶ୍ଚିତ କରିଛି ।

Get real time updates directly on you device, subscribe now.