fbpx

ବଳପୂର୍ବକ ଭୋଟଦାନ କରି ଯୁବକ ଗିରଫ, ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

ଯାଜପୁର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଯାଜପୁରରେ ବଳପୂର୍ବକ ଭୋଟଦାନ କରି ଜଣେ ଯୁବକ ଗିରଫ ହୋଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଯୁବକଙ୍କୁ ଗିରଫ କରିଛି ପୋଲିସ । ବିଚିତ୍ରପୁର ପଞ୍ଚାୟତ ୧୧ ନମ୍ବର ୱାର୍ଡରେ ଘଟିଛି ଏହି ଘଟଣା ।

ତେବେ ପୂର୍ବରୁ ଫେକ୍ ଭୋଟରଙ୍କୁ ସାବଧାନ୍ କରାଇଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ଆୟୋଜିତ ଏକ ପ୍ରେସମିଟରେ ଫେକ୍ ଭୋଟରଙ୍କୁ ସତର୍କବାଣୀ ଶୁଣାଇ କହିଲେ ଯେ, ‘ଫେକ୍ ଭୋଟର ବୋଲି ଜଣାପଡିଲେ ସେମାନଙ୍କୁ ପୋଲିସ ହେପାଜତରେ ଦିଆଯିବ । ପରିଚୟ ଉପରେ ଆପତ୍ତି ହେଲେ ଏଜେଣ୍ଟ ଚ୍ୟାଲେଞ୍ଜ କରିପାରିବେ । ଏଜେଣ୍ଟ ୨ ଟଙ୍କା ଦେଇ ଭୋଟରଙ୍କ ପରିଚୟକୁ ଚ୍ୟାଲେଞ୍ଜ କରିପାରିବେ । ପ୍ରିଜେଇଡିଂ ଅଫିସରମାନେ ସ୍ପଟ୍ ଉପରେ ଯାଞ୍ଚ କରିବେ । ଅଭିଯୋଗ ସତ୍ୟ ପ୍ରମାଣିତ ହେବେ ଭୋଟରଙ୍କୁ ପୋଲିସ ଜିମା ଦିଆଯିବ । ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ୍ ଦେଇପାରିବେ । ଜଣଙ୍କ ସ୍ଥାନରେ ଅନ୍ୟ ଜଣେ ଭୋଟ ଦେଇଥିଲେ ଭୋଟ କାଉଣ୍ଟ ହେବନି । ସେ କ୍ଷେତ୍ରରେ ସେହି ବ୍ୟକ୍ତିଙ୍କୁ ଟେଣ୍ଡଡ ଭୋଟ ପାଇଁ ଅନୁମତି ମିଳିବ । ଭୋଟ ଦେଇଥିବା ସେହ ବାଲାଟ ପେପରକୁ ଅଲଗା ରଖାଯିବ ।’

Get real time updates directly on you device, subscribe now.