fbpx

ହୋଲି ପୂର୍ବରୁ ବଢ଼ିପାରେ କେନ୍ଦ୍ରୀୟ କର୍ମଚାରୀଙ୍କର ମହଙ୍ଗା ଭତ୍ତା, ଜାଣନ୍ତୁ କେତେ ପ୍ରତିଶତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଚାକିରିଆଙ୍କ ପାଇଁ ଖୁସି ଖବର । ମୋଦି ସରକାର ଆସନ୍ତା ହୋଲି ପୂର୍ବରୁ ଦେଇପାରନ୍ତି ଏକ ସ୍ୱତନ୍ତ୍ର ଗିଫ୍ଟ । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭର୍ତ୍ତ ବୃଦ୍ଧି ହେବା ନେଇ ଏକ ଖବର ଚର୍ଚ୍ଚା ହେବାରେ ଲାଗିଛି । ତେବେ ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କୁ ବେସିକ୍ ସାଲାରୀର ୩୧ ପ୍ରତିଶତ ମହଙ୍ଗା ଭତ୍ତା (ଡିଏ) ମିଳୁଥିବା ବେଳେ ଆଗକୁ ତାହା କେତେ ବଢ଼ିବ ସେନେଇ ସମସ୍ତେ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।

ସୂଚନା ମୁତାବକ, କେନ୍ଦ୍ରୀୟ କର୍ମଚାରୀଙ୍କୁ ସରକାର ହୋଲି ଉପଲକ୍ଷେ ଉପହାର ପ୍ରଦାନ କରିପାରନ୍ତି । କେନ୍ଦ୍ରୀୟ କର୍ମଚାରୀମାନେ ବହୁ ସମୟ ଧରି ଡିଏ, ଡିଅରନେସ୍ ରିଲିଫ୍ (ଡିଆର), ହାଉସିଂ ରେଣ୍ଟାଲ ଆଲାଉନ୍ସ (ଏଚଆରଏ) ବୃଦ୍ଧି ନେଇ ଅପେକ୍ଷା କରି ରହିଥିଲେ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଫିସିଆଲ ଭାବେ ଏ ବାବଦରେ କିଛି କୁହାଯାଇନଥିଲେ ହେଁ ହୋଲି ପୂର୍ବରୁ ଘୋଷଣା ହେବା ନେଇ କିଛି ମିଡ଼ିଆରେ ରିପୋର୍ଟ ପ୍ରକାଶ ପାଇଛି । ଅଲ ଇଣ୍ଡିଆ କଞ୍ଜ୍ୟୁମର ଇଣ୍ଡେକ୍ସର ଘୋଷଣା ପରେ ଡିଏ ବୃଦ୍ଧି ହେବା ସମ୍ଭାବନା ରହିଛି ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ହୋଇପାରେ । ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ସରକାର ଡିଏ ବୃଦ୍ଧି ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ଏହା ପୂର୍ବରୁ ଗତ ବର୍ଷ ଅକ୍ଟୋବର ମାସରେ ସରକାର ଡିଏ ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି କରିଥିଲେ । ଯଦି ଏଥର ୩ ପ୍ରତିଶତ ଡିଏ ବୃଦ୍ଧି ହୁଏ, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୪ ପ୍ରତିଶତ ପାଖାପାଖି ମହଙ୍ଗା ଭତ୍ତା ମିଳିବ । ଏହି ନିଷ୍ପତ୍ତି ଫଳରେ ପ୍ରାୟ ୪୮ ଲକ୍ଷ କେନ୍ଦ୍ରୀୟ କମର୍ଚାରୀ ଓ ୬୯ ଲକ୍ଷ ପେନସନଧାରୀ ଉପକୃତ ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.