fbpx

ମହିଳାଙ୍କ ପେଟରୁ ଡାକ୍ତର ବାହାର କଲେ ୪୭ କେଜିର ଏକ ଟ୍ୟୁମର

ନୂଆଦିଲ୍ଲୀ: ଆଜିକାଲିର ଦୁନିଆରେ ଦିନକୁ ଅଜବ ପ୍ରକାରର ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । କିଏ ବାଲି ଖାଇ ବଞ୍ଚୁଛି ତ କାହା ପେଟରୁ କଣ୍ଟା ବାହାରୁଛି । କିଏ କିଛି ନ ଖାଇ ବର୍ଷ ବର୍ଷ ଧରି ବଞ୍ଚୁଛି ତ କେଉଁଠାରେ ପୁରୁଷ ମଧ୍ୟ ଛୁଆକୁ ମଧ୍ୟ ଜନ୍ମ ଦେଉଛି । ତେବେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗୁଜୁରାଟର ଅହମ୍ମଦାବାଦରେ ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ପେଟରୁ ୪୭ କେଜିର ଏକ ଟ୍ୟୁମର ଡାକ୍ତର ବାହାର କରିଛନ୍ତି । ଏହି ଘଟଣାଟି ଶୁଣିବା ପରେ କେହି ବି ସହଜରେ ବିଶ୍ୱାସ କରିପାରୁନାହାନ୍ତି ।

ତେବେ ଜଣାପଡ଼ିଛି ଯେ, ମହିଳାଙ୍କ ଓଜନ ୪୯ କେଜି ହୋଇଥିବା ବେଳେ ତାଙ୍କ ପେଟରୁ ବାହାରିଥିବା ଟ୍ୟୁମରର ଓଜନ ଥିଲା ୪୭ କେଜି । ତେବେ ଅପରେସନ ପରେ ଟ୍ୟୁମରକୁ କଢ଼ାଯିବା ପରେ ମହିଳାଙ୍କ ଶରୀରରୁ ଏକ ବୋଝ ହଟିଯାଇଥିଲା । ଦେବଗଡ଼ରେ ରହୁଥିବା ୫୬ ବର୍ଷୀୟା ଜଣେ ମହିଳା ୧୮ ବର୍ଷ ଧରି ଉକ୍ତ ଟ୍ୟୁମର ବୋଝକୁ ମୁଣ୍ଡାଇ ଆସୁଥିଲେ । ମହିଳାଙ୍କ ପେଟରେ ବୈନାଇନ ଟ୍ୟୁମର ରହିଥିବା ବିଷୟରେ ଗତ ୨୦୦୪ ମସିହାରେ ଜଣାପଡ଼ିଥିଲା । ଏହାପରେ ମହିଳା ଜଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ ହେଁ କେହି ତାଙ୍କର ସର୍ଜରୀ କରାଇବାକୁ ରାଜି ହୋଇନଥିଲେ । ଏନେଇ ଡାକ୍ତର କହିଛନ୍ତି ଯେ, ରୋଗୀଙ୍କୁ ଓଜନ କରାଇବା ବହୁତ କଷ୍ଟକର କାର୍ଯ୍ୟ ଥିଲା । କାରଣ ସେ ଠିକ୍ ଭାବେ ଠିଆ ହୋଇ ପାରୁନଥିଲେ । ଟ୍ୟୁମର ସହ କଢ଼ାଯାଇଥିବା ଅଂଶର ଓଜନ ମହିଳାଙ୍କ ଓଜନଠାରୁ ଅଧିକ ଥିଲା । ଏପରି କେସ୍ ବହୁତ କମ୍ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.