fbpx

ହଟିବ କରୋନା କଟକଣା! ରାଜ୍ୟଗୁଡ଼ିକୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ : ମହାମାରୀ କରୋନା ସଂକ୍ରମଣର ତୃତୀୟ ଲହର ସାରା ଦେଶରେ ଏବେ ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି । ଏହାପରେ ବି କିଛି ରାଜ୍ୟରେ ଅତିରିକ୍ତ କଟକଣା ବଳବତ୍ତର ରହିଛି । ଏହି ଅତିରିକ୍ତ କଟକଣାକୁ ହଟାଇବା ପାଇଁ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଚିଠି ଲେଖାଯାଇଛି ।

ସୂଚନାଯୋଗ୍ୟ ଯେ ଗତ ସପ୍ତାହଠାରୁ ସଂକ୍ରମଣ ହ୍ରାସପାଇ ଚାଲିଥିବାରୁ ଏବେ ଆଉ ଅତିରିକ୍ତ କଟକଣାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଚିଠି ଲେଖି ଉଲ୍ଲେଖ କରିଛନ୍ତି ଯେ ସ୍ଥାନୀୟ ଅଧିକାରୀମାନେ ସ୍ଥିତିର ସମୀକ୍ଷା କରନ୍ତୁ କିମ୍ବା ଅତିରିକ୍ତ କଟକଣା ପ୍ରତ୍ୟାହାର କରନ୍ତୁ । ଏବେ ସମଗ୍ର ଦେଶରେ କରୋନା ଗ୍ରାଫ୍‌ ତଳମୁହାଁ ରହିଛି । ତେଣୁ ରାଜ୍ୟଗୁଡ଼ିକ ତଦନୁଯାୟୀ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଚଳିତବର୍ଷ ଜାନୁଆରୀ ୨୧ରୁ ଦେଶରେ ନିୟମିତ ଭାବେ ସଂକ୍ରମଣ ହ୍ରାସ ପାଇଚାଲିଛି । ଗତ ସପ୍ତାହରେ କରୋନାର ଦୈନିକ ସଂକ୍ରମଣ ହାର ୫୦,୪୭୬ ରହିଥିବାବେଳେ ୨୪ ଘଣ୍ଟା ମଧ୍ୟରେ ଏହା ୨୭,୪୦୯ ରହିଛି ।

ଚଳିତମାସ ୧୫ରେ ଦୈନିକ ପଜିଟିଭିଟି ରେଟ୍‌ ୩.୩୬ ପ୍ରତିଶତକୁ ଖସିଆସିଛି । ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ସରକାରମାନେ ଲୋକଙ୍କ ଯାତାୟତ ଓ ଆର୍ଥିକ କାରବାରକୁ କ୍ଷତି ପହଞ୍ଚାଉଥିବା ଭଳି ନୁହେଁ । ଯଦି କୌଣସି କଟକଣା ଲାଗୁ କରାଯାଇଛି ତାହାହେଲେ ରାଜ୍ୟ ସରକାର ସେସବୁ ପ୍ରତ୍ୟାହାର କରିନେବା ଜରୁରି । ତେବେ ଚିଠିରେ ଦୈନିକ ସଂକ୍ରମଣର ସମୀକ୍ଷା ପୂର୍ବଭଳି କରିବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ରୋକିବାକୁ ପଞ୍ଚସୂତ୍ରୀ ନିୟମ ପାଳନ କରିବାକୁ ସ୍ୱାସ୍ଥ୍ୟ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି । ସେଗୁଡ଼ିକ ହେଲା ଟେଷ୍ଟ, ଟ୍ରାକ୍‌, ଟ୍ରିକ୍‌, ଟିକାକରଣ ଓ କୋଭିଡ୍‌ର ଉପରେ ଧ୍ୟାନ ଦେବାକୁ ପଡ଼ିବ।

Get real time updates directly on you device, subscribe now.