fbpx

ବିବାହ ଉତ୍ସବରେ ଶୋକର ଛାୟା: ସ୍ଲାବ ଖସିବାରୁ କୂଅରେ ପଡ଼ିଗଲେ ୨୨ ମହିଳା, ୧୩ ମୃତ

ନୂଆଦିଲ୍ଲୀ: କୂଅରେ ଖସିପଡ଼ି ୧୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ବୁଧବାର ଦିନ ବିଳମ୍ବିତ ରାତିରେ ଏହି ବଡ଼ ଧରଣ ଅଘଟଣ ଘଟିଯାଇଛି । ଉତ୍ତରପ୍ରଦେଶର କୁଶୀନଗର ଠାରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ ସାମିଲ ରହିଥିବା ସୂଚନା ।

ସୂଚନା ଯେ, କୁଶୀନଗରର ନୌରଙ୍ଗିଆ ଗ୍ରାମରେ ଚାଲିଥିବା ଏକ ବିବାହ ଉତ୍ସବରେ ଅନେକ ସଂଖ୍ୟାରେ ମହିଳା ଓ ବାଳିକା ମାନେ ଗୋଟିଏ କୂଅ ପାଖରେ ଏକାଠି ହୋଇଥିଲେ । ହଠାତ୍ ଉକ୍ତ କୂଅର ସ୍ଲାବ ଭାଙ୍ଗିଯାଇଥିଲା । ଯାହାଫଳରେ ୨୨ ଜଣ ମହିଳା, ଯୁବତୀ ଓ ବାଳିକା ମାନେ କୂଅ ଭିତରେ ପଡ଼ିଯାଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ୯ ଜଣଙ୍କୁ ବଞ୍ଚାଇଥିଲା । କିନ୍ତୁ ଏହି ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ବିଳମ୍ବିତ ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ପୋଲିସ୍ କର୍ମୀ ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି । ବର୍ତ୍ତମାନ ସେମାନଙ୍କ ପରିଚୟ ମିଳିସାରିଛି । ତେବେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି ।

Get real time updates directly on you device, subscribe now.