fbpx

ଫର୍ମକୁ ଫେରିଲେ ଅଜିଙ୍କ୍ୟ ରାହାଣେ: ରଣଜୀରେ ସୌରାଷ୍ଟ୍ର ବିପକ୍ଷରେ ୧୪ ଚୌକା ଏବଂ ଛକା ସହ ମାରିଲେ ଦମଦାର ଶତକ

ନୂଆଦିଲ୍ଲୀ: ଗତ କିଛି ଦିନରୁ ଖରାପ ଫର୍ମ ଦେଇ ଗତି କରୁଥିବା ଅଜିଙ୍କ୍ୟ ରାହାଣେ ଏବେ ଫର୍ମକୁ ଫେରିଛନ୍ତି । ଅନ୍ତର୍ଜାତୀୟ ଟେଷ୍ଟରେ କିଛି ଦିନରୁ ତାଙ୍କ ବ୍ୟାଟ ଶାନ୍ତ ରହୁଥିବାରୁ ରାହାଣେଙ୍କୁ ଦଳରୁ ବାହାର କରିବା ପାଇଁ ମଧ୍ୟ ଖୁବ ଆଲୋଚନା ହେଉଛି । କିନ୍ତୁ ମୁମ୍ବାଇ ପକ୍ଷରୁ ରଣଜୀ ମ୍ୟାଚ ଖେଳୁଥିବା ରାହାଣେଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଏକ ଦମଦାର ଶତକ । ଏହି ଶତକରେ ୧୪ଟି ଚୌକା ଏବଂ ୨ ଛକା ସହ ସେ ଶତକ ଅର୍ଜନ କରିଛନ୍ତି ।

Ranji trophy 2022: Rahane back in form with century, Manish Pandey slams blistering ton | Sports News,The Indian Express

ନିଜ ଫର୍ମ ଫେରି ପାଇବା ପାଇଁ ରାହାଣେ ଏବେ ମୁମ୍ବାଇ ତରଫରୁ ରଣଜୀ ଖେଳୁଛନ୍ତି । ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୌରାଷ୍ଟ୍ର ବିପକ୍ଷ ଏକ ମ୍ୟାଚରେ ରାହାଣେଙ୍କ ଦମଦାର ଶତକ ଦେଖିବାକୁ ମିଳିଛି । ନିଜ ସ୍ୱଭାବିକ ଖେଳ ଖେଳି ୨୧୧ ବଲରୁ ୧୪ଟି ଚୌକା ଏବଂ ୨ଟି ଛକା ସହ ଶତକ ଅର୍ଜନ କରିଛନ୍ତି । ଏହା ତାଙ୍କ ଫାଷ୍ଟକ୍ଲାସ କ୍ୟାରିୟରର ୩୬ତମ ଶତକ ହୋଇଥିବା ବେଳେରଣଜୀ ଟ୍ରଫିରେ ୨୪ତମ ଶତକ ହାସଲ କରିଛନ୍ତି ରାହାଣେ । ୨୨ ରନରେ ୨ ୱିକେଟ ହରାଇ ଦଳ ଏକ ଚିନ୍ତାଜନକ ପରିସ୍ଥିତିରେ ଥିବା ବେଳେ ରାହାଣେ ମଇଦାନକୁ ଆସିଥିଲେ । ଶରଫରାଜ ଖାନଙ୍କ ସହିତ ମିଶି ପାଳିକୁ ଆଗକୁ ବଢାଇଥିଲେ ସେ । ତେବେ ରାହାଣେ ନିଜ ଶତକ ହାସଲ କରି ସାରିଥିବା ବେଳେ ଶରଫରାଜ ମଧ୍ୟ ନିଜ ଶତକ ପାଇଁ ଲଢେଇ ଜାରି ରଖିଛନ୍ତି ।

Get real time updates directly on you device, subscribe now.