fbpx

କରୋନା ଭାଇରସ୍, ଏକଜୁଟ ହୋଇ ମୁକାବିଲା କରିବା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୫ା୩: ସାରା ବିଶ୍ୱରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏହି ଭାଇରସ ସମସ୍ତିଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ କରୋନାକୁ ନେଇ ସାର୍କ ସଦସ୍ୟ ଦେଶଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ଭିଡ଼ିଓ କନଫରେନ୍ସିଂ ଦ୍ୱାରା ସାର୍କ ଦେଶଙ୍କ ସହ ସେ ଆଲୋଚନା କରିଛନ୍ତି । ମୋଦି କହିଛନ୍ତି ଯେ କରୋନାକୁ ଡ଼ବ୍ଲୁଏଚଓ ମହାମାରୀ ବୋଲି ଘୋଷଣା କରିଛି । କିନ୍ତୁ ଏହାକୁ ନଡ଼ରି ପ୍ରସ୍ତୁତ ରହିବାକୁ ମୋଦି ପରାମର୍ଶ ଦେଇଛନ୍ତି । ସାର୍କ ଦେଶ ଗୁଡ଼ିକରେ କରୋନା ପଜଟିଭ୍ ୧୫୦ରୁ କମ କେସ ସାମ୍ନାକୁ ଆସିଛି । ଏହାସହ ୧୪୦୦ ଭାରତୀୟଙ୍କୁ ବିଭିନ୍ନ ଦେଶରୁ ଫେରାଇ ଅଣାଯାଇଛି । ବିକାଶଶୀଳ ଦେଶ ଗୁଡ଼ିକ ପାଇଁ ଏହା ଏକ ବଡ଼ ଆହ୍ୱାନ ବୋଲି ମୋଦି କହିଛନ୍ତି । ସାର୍କ ଦେଶ ମାନେ ସତର୍କ ରହିବାକୁ ଏବଂ ଭୟଭୀତ ନୁହେଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି । ସାର୍କ ଦେଶମାନଙ୍କୁ ଏକଜୁଟ ହୋଇ କରୋନା ବିରୋଧରେ ମୁକାବିଲା କରିବାକୁ ହେବ ବୋଲି କହିଛନ୍ତି । ମେଡ଼ିକାଲ୍ କର୍ମଚାରୀଙ୍କୁ ଉପଯୁକ୍ତ ଟ୍ରେନିଂର ଆବଶ୍ୟକତା ରହିଛି । ଏହାସହ ୨ମାସରେ ୬୬ଟି ପରୀକ୍ଷଣ କେନ୍ଦ୍ର ଖୋଲାଯାଇଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.