fbpx

ନେପାଳରେ ଭାରତୀୟ ମହିଳାଙ୍କ ବିବାହକୁ ନେଇ ଆଇନରେ ପରିବର୍ତ୍ତନ: ଜାଣନ୍ତୁ କ’ଣ ରହିଛି ନୂଆ ନିୟମ

ନେପାଳରେ ଭାରତୀୟ ମହିଳାଙ୍କ ବିବାହ ଆଇନରେ ପରିବର୍ତ୍ତନ କଲେ ନେପାଳର ଶେର ବାହଦୂର ଦେଉବା ସରକାର । ନେପାଳର ନିୟମ ଅନୁଯାୟୀ ଯଦି କୌଣସି ଭାରତୀୟ ମହିଳା ନେପାଳୀ ନାଗରିକଙ୍କୁ ବିବାହ କରୁଛନ୍ତି ତେବେ ପ୍ରଥମେ ମହିଳାଙ୍କୁ ଅଦାଲତରେ ସମ୍ବନ୍ଧ ପ୍ରମାଣିତ କରିବାକୁ ପଡ଼ୁଥିଲ । ଅଦାଲତରେ ମଞ୍ଜୁରୀ ମିଳିବା ପରେ ସ୍ଥାନୀୟ ନଗରପାଳିକା କିମ୍ବା ଗାଁ କାର୍ଯ୍ୟାଳୟରୁ ବିବାହ ସାର୍ଟିଫକେଟ ପାଇପାରୁଥିଲେ ।

କିନ୍ତୁ ଏବେ ସେଠାରେ ସରକାର ରାଷ୍ଟ୍ରୀୟ ପରିଚୟ ପତ୍ର ତଥା ପଞ୍ଜୀକରଣ ନିୟମାବଳୀର ଧାରା ୧୬(୬) ରେ ପରିବର୍ତ୍ତନ କରି ସମ୍ବନ୍ଧ ପ୍ରମାଣିତ କରିବା ନିୟମକୁ ହଟାଇଛନ୍ତି । ଏବେ ଯଦି କୌଣସି ଭାରତୀୟ ମହିଳା ନେପାଳୀ ନାଗରିକଙ୍କୁ ବିବାହ କରୁଛନ୍ତି ତେବେ ସେ ସିଧାସଳଖ ନଗରପାଳିକାରୁ ବିବାହ ସାର୍ଟିଫିକେଟ ପାଇପାରିବେ ।

ସୂଚନାଯୋଗ୍ୟ, ନେପାଳର ସମ୍ବିଧାନରେ ଭାରତୀୟ ମହିଳାଙ୍କୁ ଅନେକ ରାଜନୀତିକ ଅଧିକାରରୁ ବଞ୍ଚିତ କରାଯାଇଛି ଏଥିପାଇଁ ଏବେବି ସଂଘର୍ଷ ଜାରି ରହିଛି । ନେପାଳରେ ବିବାହ କରିଥିବା ଭାରତୀୟ ମହିଳା ମାନେ ଅନେକ ଉଚ୍ଚ ପଦର ବଞ୍ଚିତ ଅଛନ୍ତି । ଯେଉଁଥିରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସଂସଦ ଅଧ୍ୟକ୍ଷ, ପ୍ରଧାନ ସେନାପତି, ପ୍ରଦେଶ ମୁଖ୍ୟମନ୍ତ୍ରୀ, ପ୍ରଦେଶ ସଭା ଅଧ୍ୟକ୍ଷ ଭଳି ରାଜନୈତିକ ଅଧିକାରରୁ ବଞ୍ଚିତ ଅଛନ୍ତି ।

ପ୍ରକୃତରେ ପୂର୍ବତନ କମ୍ୟୁନିଷ୍ଟ ସରକାର ଭାରତୀୟ ମହିଳାଙ୍କ ରାଜନୈତିକ ଏବଂ ସାମାଜିକ ଅଧିକାରରେ ପ୍ରତିବନ୍ଧ ଲଗାଇଥିଲେ । ଏହା ସହ ନେପାଳୀ ନାଗରିକଙ୍କ ସହ ବିବାହ କଲେ ଭାରତୀୟ ମହିଳାଙ୍କୁ ସାତ ବର୍ଷ ପରେ ନାଗରିକତା ପ୍ରମାଣ ପତ୍ର ମିଳିବା ନେଇ ଆଇନ କରିଥିଲେ, ଅବଶ୍ୟ ବିରୋଧ ପରେ ସାତ ବର୍ଷ ଆଇନ ପ୍ରତ୍ୟାହାର ହୋଇଥିଲା ।

ବର୍ତ୍ତମାନ ଭାରତ ଏବଂ ନେପାଳ ମଧ୍ୟରେ କୂଟନୀତିକ ସ୍ତରରେ ବିବାଦ ରହିଛି । ନେପାଳ ଏହାର ନକ୍ସାରେ ସଂଶୋଧନକୁ ମଞ୍ଜୁରୀ ଦେଇଛି । ଏହି ନକ୍ସାରେ ଲିପୁଲେଖ ସହ ତିନି ବିବାଦୀୟ ଅଞ୍ଚଳକୁ ନେପାଳର ବୋଲି ଦର୍ଶାଯାଇଛି । ସେହିଭଳି ଭାରତର କହିବା ଅନୁଯାୟୀ ନେପାଳ ସହ ବିବାଦକୁ ନେଇ କଥାବାର୍ତ୍ତା ଜାରି ରହିଛି ।

 

Get real time updates directly on you device, subscribe now.