fbpx

ଆସନ୍ତା ଏପ୍ରିଲ ମାସ ଶେଷ ସପ୍ତାହରେ ICSE ଓ ISC ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନ (ସିଆଇଏସସିଇ) ପକ୍ଷରୁ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ଏପ୍ରିଲ ମାସ ଶେଷ ସପ୍ତାହରେ ଆଇସିଏସଇ (ଦଶମ) ଓ ଆଇଏସସି (ଦ୍ୱାଦଶ) ଟର୍ମ-୨ ପରୀକ୍ଷା ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ସିଲାବସ୍ ସମାପ୍ତ ନ ହେବା ପର୍ଯ୍ୟନ୍ତ ପ୍ରି-ବୋର୍ଡ ପରୀକ୍ଷା ନ କରିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ମାର୍ଚ୍ଚ ଓ ଏପ୍ରିଲ ମାସ ମଧ୍ୟରେ ପ୍ରି-ବୋର୍ଡ ପରୀକ୍ଷା କରାଇବା ନେଇ ପୂର୍ବରୁ ଯୋଜନା ହୋଇଥିଲା । ମାତ୍ର କୋଭିଡ୍ ମହାମାରୀ କାରଣରୁ ଛାତ୍ରଛାତ୍ରୀଙ୍କ ସିଲାବସ୍ ପଛାଇ ଯାଇଥିଲା । ଏଥିସହ ଛାତ୍ରଛାତ୍ରୀଙ୍କ ରିଭିଜନ୍ ମଧ୍ୟ ଇତିମଧ୍ୟରେ ହୋଇନାହିଁ । ତେଣୁ ସମସ୍ତ ସିଲାବସ୍ ରିଭିଜନ୍ ହେବା ପରେ ହିଁ ପ୍ରି-ବୋର୍ଡ ପରୀକ୍ଷା କରିବାକୁ ସ୍କୁଲଗୁଡ଼ିକୁ ସିଆଇଏସସିଇ ପକ୍ଷରୁ କୁହାଯାଇଛି । ଅପରପକ୍ଷେ ସିବିଏସଇ, ସିଆଇଏସସିଇ, ମହାରାଷ୍ଟ୍ର ବୋର୍ଡ, ଝାରଖଣ୍ଡ ବୋର୍ଡ, ଆରବିଏସଇର ଛାତ୍ରଛାତ୍ରୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଫଲାଇନ ପରୀକ୍ଷାକୁ ବାତିଲ୍ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଆସନ୍ତା ୨୧ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ ।

Get real time updates directly on you device, subscribe now.