ଭାରତ ସୃଷ୍ଟି କଲା ବିଶ୍ୱ ରେକର୍ଡ: ପାକିସ୍ତାନକୁ ପକାଇଲା ପଛରେ, ହାସଲ କଲା ଶତକୀୟ ବିଜୟ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ରେ ବିଜୟ ସହ ଭାରତ ନାଁରେ ଯୋଡି ହୋଇଛି ଏକ ବିଶ୍ୱ ରେକର୍ଡ । ଟି-୨୦ରେ ବିଜୟରେ ଶତକ ହାସଲ କରିଛି ଟିମ ଇଣ୍ଡିଆ । ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଦଳ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୧୦୦ତମ ମ୍ୟାଚରେ ବିଜୟ ହାସଲ କରିଛି । ଏଭଳି କାର୍ଣ୍ଣାମା କରିବାରେ ଦ୍ୱିତୀୟ ଦଳ ହୋଇଛି ମେନ ଇନ ବ୍ଲୁ । ଭାରତ ପୂର୍ବରୁ ଏହି ରେକର୍ଡର ଅଧିକାରୀ ହୋଇଥିଲା ପଡୋଶୀ ରାଷ୍ଟ୍ର ପାକିସ୍ତାନ ।

କିନ୍ତୁ ପାକିସ୍ତାନକୁ ଏହି ରେକର୍ଡରେ ଖୁବ ପଛରେ ଛାହି ଦେଇଚି ଟିମ ଇଣ୍ଡିଆ । ୧୫୫ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଟିମ ଇଣ୍ଡିଆ ମୋଟ ୯୭ଟି ମ୍ୟାଚରେ ବିଜୟ ହାସଲ କରିଛି । ତେବେ ୩ ଟି ମୁକାବିଲା ଟାଏ ରହିଥିବା ବେଳେ ଏହାକୁ ପରେ ସୁପର ଓଭର କିମ୍ବା ବୋଲ ଆଉଟ ମେଥଡରେ ବିଜୟ ହାସଲ କରିଛି ଭାରତ । ତେଣୁ ମୋଟ ବିଜୟରେ ଦଳ ଶତକ ଅର୍ଜନ କରିଛି । ଏହା ବ୍ୟତୀତ ୫୧ ମ୍ୟାଚରେ ପରାଜୟର ସାମନା କରିଥିବା ବେଳେ ୪ଟି ମ୍ୟାଚ ରଦ୍ଦ ହୋଇଛି । ତେବେ ଖୁବ କମ ମ୍ୟାଚରେ ଏହି କାର୍ଣ୍ଣାମା କରି ବିରଳ ରେକର୍ଡ ସୃଷ୍ଟି କରିଛି ଭାରତ । ପୂର୍ବରୁ ପାକିସ୍ତାନ ୧୬୪ ମ୍ୟାଚରେ ୧୦୦ତମ ବିଜୟ ହାସଲ କରିଥିଲା । ସେପଟେ ଭାରତ ପାକିସ୍ତାନ ବ୍ୟତୀତ ଅନ୍ୟ କୌରସି ଦଳ ଏହି ଲାଇନ ଅତିକ୍ରମ କରିପାରିନାହାନ୍ତି ।

 

୭ ଜଣ ଦଳର ଅଧିନାୟକ ଦାୟିତ୍ୱ ନେଇଥିବା ବେଳେ ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସବୁଠୁ ଅଧିକ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ୪୨ଟି ମ୍ୟାଚରେ ଯିମ ଇଣ୍ଡିଆ ବିଜୟ ଉପହାର ଦେଇଛନ୍ତି ମାହି । ତେବେ ଦ୍ୱିତୀୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ୩୨ଟି ଏବଂ ରୋହିତ ଶର୍ମା ୨୦ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଏମାନଙ୍କ ବ୍ୟତୀତ ସୁରେଶ ରାଇନା ୩ଟିରେ ବିଜୟ ମୁକୁଟ ପିନ୍ଧାଇଥିବା ବେଳେ ଶିଖର ଧୱନ, ଅଜିଙ୍କ୍ୟ ରାହାଣେ ଏବଂ ବିରେନ୍ଦ୍ର ସେହୱାଗ ଗୋଟିଏ ଲେଖାଏଁ ମ୍ୟାଚରେ ଦଳକୁ ବିଜୟୀ କରାଇଛନ୍ତି ।