fbpx

ହ୍ୱାଟସଆପରେ ହୋଇଯାଇଛନ୍ତି କି ବ୍ଲକ୍, ବିନା ଅନଲକ୍ ରେ ଏପରି ପଠାନ୍ତୁ ମେସେଜ୍

ନୂଆଦିଲ୍ଲୀ: ମେସେଜିଂ ଆପ୍ ମଧ୍ୟରେ ହ୍ୱାଟସଆପ୍ ହେଉଛି ସବୁଠୁ ଲୋକପ୍ରିୟ ଆପ୍ । ବିଶ୍ୱରେ କୋଟି କୋଟି ଲୋକ ଏହାକୁ ବ୍ୟବହାର କରିଥାନ୍ତି । ଭାରତରେ ମଧ୍ୟ ଅଧିକାଂଶ ଲୋକ ଏହି ଆପ୍ କୁ ବ୍ୟବହାର କରିଥାନ୍ତି । ଏଥିରେ ଥିବା ସିକ୍ୟୁରିଟି ଫିଚର୍ ଯୋଗୁଁ ଏହା ବେଶ୍ ଲୋକପ୍ରିୟ । ତେବେ ସିକ୍ୟୁରିଟି ଫିଚର୍ ମଧ୍ୟରେ କାହାକୁ ବ୍ଲକ୍ ଟୁଲ୍ ବି ରହିଛି । ଏହି ଫିଚର୍ ରେ ଯଦି ଆପଣ ହ୍ୱାଟସଆପ୍ ରେ କାହାକୁ ବ୍ଲକ୍ କରୁଛନ୍ତି ତାହେଲେ ଉକ୍ତ ବ୍ୟକ୍ତି ଆପଣଙ୍କୁ ହ୍ୱାଟସଆପ୍ ରେ ମେସେଜ୍ କିମ୍ବା କଲ୍ କରିପାରିବେ ନାହିଁ ।

ତେବେ ଆପଣଙ୍କର କୌଣସି ସାଙ୍ଗ କିମ୍ବା ପରିଜନ ଆପଣଙ୍କୁ ବ୍ଲକ୍ କରି ଦେଇଛନ୍ତି ତାହେଲେ ଆପଣ ତାଙ୍କୁ ମେସେଜ୍ କରିପାରିବେ । ଏଥିପାଇଁ ଆପଣଙ୍କୁ କିଛି ଉପାୟ ଆପଣାଇବାକୁ ହେବ । କିଛି ସରଳ ଷ୍ଟେପ୍ ଫଲୋ କରିବାକୁ ପଡ଼ିବ । ସାଧାରଣତଃ କାହାକୁ ବ୍ଲକ୍ କରିବା ପରେ ସିଧାସଳଖ ଆପଣ ମେସେଜ୍ ତ କରିପାରିବେ ନାହିଁ । ହେଲେ କିଛି ଟ୍ରିକ୍ ରହିଛି ଯାହା ସାହାଯ୍ୟରେ ଆପଣ ମେସେଜ୍ କରିପାରିବେ । ତାହେଲେ ଚାଲନ୍ତୁ ଜାଣିବା କଣ ରହିଛି ଉପାୟ ।

ସବୁଠୁ ପ୍ରଥମେ ଆପଣଙ୍କୁ ନିଜର ଜଣେ କମନ୍ ଫ୍ରେଣ୍ଡ୍ ଙ୍କର ସହାୟତା ନେବାକୁ ପଡ଼ିବ । ଏଥିପାଇଁ ଆପଣ କୌଣସି କମନ୍ ଫ୍ରେଣ୍ଡ୍ କୁ ମେସେଜ୍ କରି ହ୍ୱାଟସଆପ୍ ଗ୍ରୁପ୍ କ୍ରିଏଟ୍ କରିପାରିବେ । ଯେଉଁଥିରେ ଆପଣ ତିନି ଜଣ ଥିବେ । ଏହାପରେ ଆପଣଙ୍କ କମନ୍ ଫ୍ରେଣ୍ଡ୍ ଗ୍ରୁପ୍ ରୁ ଏକଜିଟ୍ କରିଯିବେ ଏବଂ ସେଥିରେ ଆପଣ ଦୁଇଜଣ ରହିବେ । ଏଥିରେ ଦୁଇ ଜଣ ଚାଟ୍ କରିପାରିବେ ।

ଦ୍ୱିତୀୟ ଉପାୟ ହେଲା ଆପଣ ନିଜ ହ୍ୱାଟସଆପ୍ ଆକାଉଣ୍ଟ୍ ଡିଲିଟ୍ କରିବାକୁ ହେବ । ଏପରି କରି ଆପଣ ଅନଲକ୍ କରିପାରିବେ । କିନ୍ତୁ ଆପଣ ଆକାଉଣ୍ଟ୍ ଡିଲିଟ୍ କରିବା ଦ୍ୱାରା ଚାଟ୍ ସବୁ ଡିଲିଟ୍ ହୋଇଯିବ ।

Get real time updates directly on you device, subscribe now.