fbpx

ସାମ୍ବାଦିକଙ୍କୁ ମାଡ଼ ଘଟଣା: ୨୫ ଜଣକୁ ଉଠାଇନେଲା ପୋଲିସ

ଯାଜପୁର: ବିଞ୍ଝାରପୁରରେ ଖବର ସଂଗ୍ରହବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୨୫ ଜଣକୁ ଉଠାଇନେଇଛି । ବାଛୋଳ ପଞ୍ଚାୟତରେ ପୋଲିସ ଫ୍ଲାଗ୍ ମାର୍ଚ୍ଚ ମଧ୍ୟ କରିଛି ।

ସୂଚନାଯୋଗ୍ୟ, ଶୁକ୍ରବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଛି । ଆଉ ବିଞ୍ଝାରପୁର ବ୍ଲକର ବାଛଳ ପଞ୍ଚାୟତରେ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ସାମ୍ବାଦିକଙ୍କ ସହ ଦୁବୃର୍ତ୍ତମାନେ ଗଣ୍ଡଗୋଳ କରିବା ସହ ମାଡ଼ ମାରିଥିଲେ ।

ଆଉ ଭୋଟ ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକମାନଙ୍କୁ ବିଭିନ୍ନ ସ୍ଥାନରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହେଲେ ସାମ୍ବାଦିକ ଏବଂ ଦୋଷୀଙ୍କ ବିରୋଧଷର କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଦୃଢ଼ ଭାବରେ ନିନ୍ଦା କରିଛନ୍ତି ନିର୍ବାଚନ କମିଶନ ଏବଂ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ କମିଶନ ।

Get real time updates directly on you device, subscribe now.