fbpx

ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ: ୧୪ ଜଣିଆ ଓଡ଼ିଶା ଦଳ ଘୋଷିତ, ଲିନା ସ୍ୱାଇଁ ଅଧିନାୟିକା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜାତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ ପାଇଁ ଘୋଷଣା କରାଯାଇଛି ଓଡ଼ିଶା ଦଳ । ଅଧିନାୟିକା ଲିନା ସ୍ୱାଇଁଙ୍କ ନେତୃତ୍ୱରେ ୧୪ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି । ଅତୀତର ପ୍ରଦର୍ଶନ ଏବଂ ହାଇଟେକ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ସିଲେକ୍ସନ ଟ୍ରାଏଲ ଆଧାରରେ ଏହି ଦଳ ଚୟନ କରାଯାଇଛି । ୧୫ ଫେବଅୟାରୀରୁ ୨୦ ଫେବୃୟାରୀ ଯାଏଁ ଏହି ସିଲେକ୍ସନ ଟ୍ରାଏଲ ଚାଲିଥିଲା ।

ଏହି ସିଲେକ୍ସନ ଟ୍ରାଏଲ ଆଧାରରେ ଲିନାଙ୍କୁ ଓଡ଼ିଶାର ଅଧିନାୟିକା ମନୋନୀତ କରାଯାଇଛି । ଜାତୀୟ ସିନିୟର ମହିଳା ଦୃଷ୍ଟିହୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବେଙ୍ଗାଲୁରୁରେ ମାର୍ଚ୍ଚ୧ରୁ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ୧ ତାରିଖରେ ଓଡ଼ିଶା ହରିୟାଣା ବିପକ୍ଷରେ ନିଜ ପ୍ରଥମ ମ୍ୟାଚ ଖେଳିବ ।

ଓଡ଼ିଶା ଦଳ: ଲିନା ସ୍ୱାଇଁ, ଯମୁନା ରାଣୀ ଟୁଡୁ, ପଦ୍ମିନୀ ଟୁଡୁ, ଛିଟା ମାରାଣ୍ଡି, ଏସ୍ ପୁଷ୍ପା, ମାମିନା ନାୟକ, ପାତାନି ସିଂ, ସୁଲୋଚନା ସିଂ, ବାସନ୍ତୀ ହାଂସଦା, ଫୁଲ ସୋରେନ, ଝିଲି ବେରୁଆ, ରଚନା ଜେନା,ଗୁରୁବାରୀ ବନରା ଏବଂ ପାର୍ବତୀ ଟୁଡୁ । ସୁଖରାମ ମାଝୀ(କୋଚ୍), ଅର୍ପିତା ମହାପାତ୍ର (ମେଣ୍ଟର ଓ ମ୍ୟାନେଜର) ।

Get real time updates directly on you device, subscribe now.