fbpx

ବ୍ରିଟେନକୁ ୩ ବର୍ଷ ପୁରୁଣା ୩୦୦୦ ଟନ୍ ଆବର୍ଜନା ଫେରାଇଲା ଶ୍ରୀଲଙ୍କା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଶ୍ରୀଲଙ୍କା ସୋମବାର ହଜାର ଟନ୍ ଅବୈଧ ଭାବରେ ଆମଦାନୀ ହେଉଥିବା କଣ୍ଟେନର ମଧ୍ୟରୁ ଶେଷ କଣ୍ଟେନରକୁ ବ୍ରିଟେନ ଫେରାଇ ଦେଇଛି । ଏନେଇ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅନେକ ଏସୀୟ ଦେଶ ନିକଟରେ ଧନୀ ଦେଶରୁ ବର୍ଜ୍ୟବସ୍ତୁ-ଆବର୍ଜନାକୁ ରପ୍ତାନୀକୁ ବିରୋଧ କରୁଛନ୍ତି ଏବଂ ଅବାଞ୍ଚ୍ଛିତ ଭାବରେ ହେଉଥିବା ଆମଦାନୀକୁ ପୁଣି ଥରେ ଫେରାଇ ଦେଉଛନ୍ତି ।

ବ୍ରିିଟେନରୁ ଏହି ଆବର୍ଜନା ୨୦୧୭ ଏବଂ ୨୦୧୯ ମଧ୍ୟରେ ଶ୍ରୀଲଙ୍କା ପହଞ୍ଚିଥିଲା ଏବଂ ବ୍ରିଟେନରୁ ଏହାକୁ ‘ବ୍ୟବହାର କରାଯାଇଥିବା ଗଦି ଏବଂ କାର୍ପେଟ’ ସୂଚାଇ ରପ୍ତାନୀ କରାଯାଇଥିଲା । କିନ୍ତୁ ପ୍ରକୃତରେ ଏହି ଆବର୍ଜନାରେ ବାୟୋ ଆବର୍ଜନା ମଧ୍ୟ ସାମିଲ ଥିଲା । ସୀମା ଶୁଳ୍କ ଅଧିକାରୀଙ୍କ ଅନୁଯାୟୀ ଏଥିରେ ଶବ ବ୍ୟବଚ୍ଛେଦରେ ରଖାଯାଇଥିବା ଶବଗୁଡ଼ିକର ଶରୀର ଅଙ୍ଗ ମଧ୍ୟ ରହିଥିଲା । ସୋମବାର ଏହିଭଳି ୨୬୩ କଣ୍ଟେନର ବ୍ୟାଚର ଶେଷ ବ୍ୟାଚ ପ୍ରାୟ ୪୫ କଣ୍ଟେନରକୁ ପୁଣିଥରେ ବ୍ରିଟେନକୁ ଫେରାଇଦିଆଯାଇଛି । ଏଥିରେ ପ୍ରାୟ ୩୦୦୦ ଟନ ଆବର୍ଜନା ରହିଥିଲା । ସୀମା ଶୁଳ୍କ ଅଧିକାରୀ କହିଛନ୍ତି ଯେ ମେଡିକାଲ ଆବର୍ଜନାକୁ ସେପ୍ଟେମ୍ବର ୨୦୨୦ରେ ବ୍ରିଟେନ ଫେରାଇଦିଆଯାଇଥିଲା ଏବଂ ଧୀରେ ଧୀରେ ସବୁ କଣ୍ଟେନରକୁ ପଠାଇଦିଆଯାଇଛି ।

ସୂଚନା ଅନୁଯାୟୀ ଏକ ସ୍ଥାନୀୟ କମ୍ପାନୀ ବ୍ରିଟେନରୁ ଆବର୍ଜନାକୁ ଆମଦାନୀ କରୁଥିଲା ଏବଂ ଏଥିରେ ପୁଣିଥରେ ବ୍ୟବହାର କରାଯିବା ପାଇଁ ଗଦି ରହିଛି ଯାହାକୁ ପୁଣି ଥରେ ବ୍ୟବହାର ଉପଯୋଗୀ କରିହେବ ବୋଲି କୁହାଯାଇଥିଲା । ଗଦିରେ ଥିବା କପାରୁ ସ୍ପ୍ରିଙ୍ଗ ଗୁଡ଼ିକ କାଢ଼ି ଏହାକୁ ପୁନଃ ବ୍ୟବହାର କରିହେବବୋଲି କୁହାଯାଇଥିଲା । କିନ୍ତୁ ବ୍ରିଟେନରୁ ଏହି ସାମଗ୍ରୀ ସହ ବାୟୋ ଆବର୍ଜନା ମଧ୍ୟ ଅବୈଧ ଭାବରେ ରପ୍ତାନୀ କରାଯାଉଥିôଲା ଯାହାକୁ ସୀମା ଶୁଳ୍କ ବିଭାଗ ଜାଣିପାରିନଥିଲା ।

Get real time updates directly on you device, subscribe now.