fbpx

ତାମିଲ ଚଳଚ୍ଚିତ୍ରରେ ନଜର ଆସିବେ କ୍ୟାପଟେନ କୁଲ: ନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ଦେଲେ ଖୁସି ଖବର

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଫ୍ୟାନ୍ସମାନଙ୍କ ପାଇଁ ଦେଇଛନ୍ତି ଖୁସିର ଖବର । ଖୁବ ଶୀଘ୍ର ସିନେମା ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିବେ ବୋଲି ସେ ସଂକେତ ଦେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ ସହ ୧୪ ବର୍ଷ ସମ୍ପର୍କ ପୂରଣ ଅବସରରେ ଧୋନୀ ଏହି ଦେଇଛନ୍ତି ସରପ୍ରାଇଜ । ନିଜ ତାଲିମ ଫିଲ୍ମର ପ୍ରୋଜେକ୍ଟ ସମ୍ବନ୍ଧରେ ପ୍ରଶଂସକମାନଙ୍କୁ ସେ ଜଣାଇଛନ୍ତି ।

 

View this post on Instagram

 

A post shared by Vignesh Shivan (@wikkiofficial)

କଲିଉଡର ନିର୍ଦ୍ଦେଶକ ବିଘ୍ନେଶ ଶିବନଙ୍କୁ ଭେଟିଛନ୍ତି କ୍ୟାପଟେନ କୁଲ ମାହି । ଧୋନୀଙ୍କ ସହ ଫଟୋ ଶେୟର କରି ଧୋନୀଙ୍କ ନିଜ ଆଦର୍ଶ ବୋଲି ବିଘ୍ନେଶ କହିଛନ୍ତି । ଆହୁରି ସେ କହିଛନ୍ତି ଯେ, “”ଗୋଟିଏ କ୍ୟାପ୍ସନ କେବେ ଏହା ବୁଝାଇ ପାରିବନି ଯେ ଆଦର୍ଶଙ୍କୁ ଭେଟ କରି ମୋତେ ଆଜି କିପରି ଅନୁଭବ ହେଉଛି । ଧୋନୀଙ୍କୁ ଆକ୍ସନ ଏବଂ ତାଙ୍କୁ ନିର୍ଦ୍ଦେଶନା ଦେବାରେ ମୁଁ ପ୍ରସ୍ତୁତ ରହିଛି ।” ଏହାବ୍ୟତୀତ ଆଉ ଏକ ଫଟୋ ପୋଷ୍ଟ କରି ସେ କହିଛନ୍ତି ଯେ ଧୋନୀଙ୍କୁ ଭେଟ କରିବା ତାଙ୍କ ପାଇଁ ଥିଲା ସ୍ୱପ୍ନ ।

 

View this post on Instagram

 

A post shared by Vignesh Shivan (@wikkiofficial)

Get real time updates directly on you device, subscribe now.