fbpx

ଘନଉଛି ‘ଗଙ୍ଗୁବାଈ କାଠିଆୱାଡି’ ବିବାଦ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗଙ୍ଗୁବାଈଙ୍କ ପରିବାର ଲୋକ

ମୁମ୍ବାଇ: ସଞ୍ଚୟ ଲୀଲା ଭଂସାଲିଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡି’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଏହି ଫିଲ୍ମ ବିବାଦ ଘେରରେ ଫସିଛି । ଫିଲ୍ମକୁ ନେଇ ଗୋଟିଏ ପଟେ ଫ୍ୟାନମାନେ ଉତ୍ସାହିତ ଥିବାବେଳେ ଅନ୍ୟପଟେ ଏହାକୁ ନେଇ ବିରୋଧକାରୀ ମଧ୍ୟ କମ ନାହାଁନ୍ତି । ଫିଲ୍ମର ଟ୍ରେଲର ଲଞ୍ଚ ପରଠାରୁ ହିଁ ଦେଖାଦେଇଛି ବିବାଦ ।

ଫିଲ୍କରେ ଆଲିଆ ଭଟ୍ଟ ଗଙ୍ଗୁବାଈ ନାମକ ଜଣେ ବେଶ୍ୟା ଭୂମିକାରେ ଅଭିନୟ କରିଛନ୍ତି । ଏମିତିରେ ଏବେ ଅସଲ ଜୀବନର ଗଙ୍ଗୁବାଈଙ୍କ ପରିବାର ଲୋକ ଫିଲ୍ମ ବିରୋଧରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପରିବାର ଲୋକ ଅଭିଯୋଗ କରିଛନ୍ତି ଫିଲ୍ମରେ ପ୍ରକୃତ ତଥ୍ୟ ପରିବର୍ତ୍ତନ କରାଯାଇଛି । ଗଙ୍ଗୁବାଈ ଜରେ ସାମାଜିକ କର୍ମୀ ଥିଲେ କିନ୍ତୁ ଫିଲ୍ମରେ ତାଙ୍କୁ ଜଣେ ଦେହଜୀବୀ ବୋଲି ଦର୍ଶାଯାଇଛି ।

ଏବେ କମାଠିପୁରାର ଲୋକମାନେ ମଧ୍ୟ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଫିଲ୍ମରେ ଗଙ୍ଗୁବାଈ କମାଠିପୁରାରେ ରହୁଥିବା ଦର୍ଶାଇଛି ଯାହାକୁ ନେଇ ସେଠାକାର ଲୋକମାନେ ନାରାଜ ହୋଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଫିଲ୍ମ ଜରିଆରେ କମାଠିପୁରାର ନାଁକୁ ବଡ଼ ପରାଦରେ ଭୁଲ ଦର୍ଶାଯାଉଛି । ଆଉ ଏହି ଘଟଣାକୁ ନେଇ ସ୍ଥାନୀୟ ବିଧାୟକ ଅମୀନ ପଟେଲ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ତାଙ୍କ ଯାଚିକାରେ ଦାବି କରିଛନ୍ତି ଯେ ‘ଗଙ୍ଗୁବାଈ କାଠିଆଓ୍ବାଡି’ ଫିଲ୍ମର ମେକର୍ସ କମାଠୀପୁରା ନାମ ପରିବର୍ତ୍ତନ କରନ୍ତୁ । ଏବେ ଏହି ଯାଚିକା ଉପରେ ବୁଧବାର ଶୁଣାଣି ହେବ ।

ସେପଟେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଆଲିଆ ଭଟ୍ଟ ସେ କହିଛନ୍ତି ସେ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଫିଲ୍ମ ରିଲିଜ ହେବା ପୂର୍ବରୁ ଏଭଳି ବିବାଦ ଉଠିବା କିଛି ବଡ଼ କଥା ନୁହେଁ ।

Get real time updates directly on you device, subscribe now.