fbpx

ପରସ୍ପର ସହିତ ଲଢିବେ ଜନ୍-ହ୍ରିତିକ-ରଣବୀର: ୨୦୨୩ରେ ଏହି ତାରିଖରେ ରିଲିଜ୍ ହେବ ଫିଲ୍ମ

ନୂଆଦିଲ୍ଲୀ: ବଲିଉଡର ୩ ସୁପରଷ୍ଟାର ଏକାଠି ପରଦାକୁ ଆସିବେ । ତେବେ ଏହି ୩ ସୁପରଷ୍ଟାର ଏକାଠି କୌଣସି ଫିଲ୍ମରେ ଆସିବେ ନାହିଁ ବରଂ ପରସ୍ପର ବିରୋଧରେ ଓହ୍ଲାଇବେ । ହ୍ରିତିକ ରୋଶନ, ଜନ୍ ଆବ୍ରାହାମ ଏବଂ ରଣବୀର କପୁରଙ୍କ ଫିଲ୍ମ ଏକାଠି ପରଦାକୁ ଆସିବ । ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ପୂର୍ବରୁ ହ୍ରିତିକ ଓ ଜନ ଆବ୍ରାହମ୍ ଏହି ତାରିଖକୁ ବୁକ୍ କରି ସାରିଥିବା ବେଳେ ରଣବୀର ନୂତନ ଭାବରେ ଏହି ତାଲିକାରେ ସାମିଲ ହୋଇଛନ୍ତି ।

ହ୍ରିତିକ ରୋଶନଙ୍କ ଅଭିନୀତ ଅପକମିଙ୍ଗ ଫିଲ୍ମ ଫାଇଟର ଏବଂ ଜନ୍ ଆବ୍ରାହମଙ୍କ ତେହେରାନ ରିଲିଜ ହେବାକୁ ରହିଥିଲା । ହ୍ରିତକ୍ ଏବଂ ଦୀପିକା ପାଦୁକୋନ୍ ଫାଇଟରରେ ନଜର ଆସିବାକୁ ଯାଉଥିବା ବେଳେ ଜନଙ୍କ ଫିଲ୍ମର କୌଣସି ହିରୋଇନ ସ୍ଥିର ହୋଇ ନାହାନ୍ତି । ଅନ୍ୟ ପକ୍ଷରେ ରଣବୀର କପୁର ଏବଂ ଶ୍ରଦ୍ଧା କପୁର ଲବ ରଞ୍ଜନଙ୍କ ଅନ ଟାଇଟଲଡ ଫିଲ୍ମରେ ନଜର ଆସିବେ । ଏହି ତିନୋଟି ଯାକ ଫିଲ୍ମ ଜାନୁୟାରୀ ୨୬, ୨୦୨୩ରେ ରିଲିଜ୍ ହେବ ।

Get real time updates directly on you device, subscribe now.