ଭୁବନେଶ୍ୱର: ରାଜ୍ୟରେ ସରିଛି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ ।
ପଞ୍ଚମ ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି କମିଶନ । ତେବେ ଚୂଡ଼ାନ୍ତ ହିସାବ ଆସିଲେ ଭୋଟଦାନ ହାର ବଢ଼ିପାରେ ବୋଲି କହିଛନ୍ତି ଆସିତ୍ୟ ପାଢ଼ୀ । କିଛି ସ୍ଥାନରେ ଆଇନଶୃଙ୍ଖଳା ସ୍ଥିତି ନେଇ ଭୋଟଦାନ ବାଧାପ୍ରାପ୍ତ ହୋଇଛି ବୋଲି କହିଛନ୍ତ କମିଶନ । ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ଆସିବା ପରେ ପରିବର୍ତ୍ତୀ ପଦକ୍ଷେପ ନିଆଯିବ । ପୋଲିସ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସୁରୁଖୁରୁରେ ଭୋଟିଂ ଶେଷହୋଇଥିବା ନେଇ ସୂଚନା ଦେଇଛନ୍ତି କମିଶନ ।