ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ ହଠାତ୍ ଉଦ୍ଧ୍ୱର୍ମୁଖୀ ହେବାରେ ଲାଗିଥିଲା । ମାତ୍ର ଫେବୃଆରୀ ମାସ ଆରମ୍ଭରୁ ପୁଣି ଥରେ ସଂକ୍ରମଣ କମିବାରେ ଲାଗିଥିଲା । ରାଜ୍ୟରେ ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ ଅନ୍ୟପଟେ ଦୈନିକ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି ।
ଆଜି ୩୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୦୨ ଓ ସ୍ଥାନୀୟ ଅଞ୍ଚଳରୁ ୧୪୩ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୧୧୧ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୪ ହଜାର ୩୨୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୧ ହଜାର ୮୪୩ ରହିଥିବା ବେଳେ ୩ ହଜାର ୩୭୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
7. Cuttack: 5
8. Dhenkanal: 3
9. Gajapati: 27
10. Ganjam: 17
11. Jagatsinghpur: 2
12. Jajpur: 52
13. Jharsuguda: 17
14. Kalahandi: 4
15. Kandhamal: 2
16. Kendrapada: 12
17. Keonjhar: 4
18. Khurda: 25
19. Koraput: 1
20. Malkangiri: 1
21. Mayurbhanj: 16
22. Nawarangpur: 5— I & PR Department, Odisha (@IPR_Odisha) February 25, 2022
23. Nayagarh: 2
24. Nuapada: 7
25. Puri: 4
26. Rayagada: 8
27. Sambalpur: 29
28. Sonepur: 1
29. Sundargarh: 39
30. State Pool: 6New recoveries: 825
Cumulative tested: 29099079
Positive: 1284323
Recovered: 1271843
Active cases: 3375— I & PR Department, Odisha (@IPR_Odisha) February 25, 2022